ଅଭ୍ୟାସ ସମୟରେ ଆହତ ହେଲେ କୋହଲି

ମୁମ୍ବାଇ,୮/୩ : ଭାରତର ତାରକା ବ୍ୟାଟର ବିରାଟ କୋହଲି ଆହତ ହୋଇଛନ୍ତି । ଫଳରେ ସେ ରବିବାର ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ସେ ଖେଳିବେ ନାହିଁ କି ? କେତେକ ଗଣମାଧ୍ୟମ ରିପୋର୍ଟରେ ସେ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ଚିନ୍ତା ବଢିଯାଇଛି । ପାକିସ୍ତାନୀ ଟିଭି ଚ୍ୟାନେଲ ଜିୟୋ ନ୍ୟୁଜର ରିପୋର୍ଟ ଅନୁସାରେ ଦୁବାଇସ୍ଥିତ ଆଇସିସି ଏକାଡେମୀରେ ଦ୍ରୁତ ବୋଲିଂ ବିପକ୍ଷରେ ଅଭ୍ୟାସ କରୁଥିବାବେଳେ ଏକ ବଲ୍ ବିରାଟ କୋହଲିଙ୍କ ଗୋଡ଼ରେ ବାଜିଥିଲା। ଏହା ପରେ ଯନ୍ତ୍ରଣା ହେବାରୁ ସେ କିଛି ସମୟ ପାଇଁ ଅଭ୍ୟାସ ବନ୍ଦ କରିଦେଇଥିଲେ।ପାକିସ୍ତାନୀ ଟିଭି ଚ୍ୟାନେଲ ଜିୟୋ ନ୍ୟୁଜର ରିପୋର୍ଟ ଅନୁସାରେ ଦୁବାଇସ୍ଥିତ ଆଇସିସି ଏକାଡେମୀରେ ଦ୍ରୁତ ବୋଲିଂ ବିପକ୍ଷରେ ଅଭ୍ୟାସ କରୁଥିବା ବେଳେ ଏକ ବଲ୍ ବିରାଟ କୋହଲିଙ୍କ ଗୋଡ଼ରେ ବାଜିଥିଲା।

ଏହା ପରେ ଯନ୍ତ୍ରଣା ହେବାରୁ ସେ କିଛି ସମୟ ପାଇଁ ଅଭ୍ୟାସ ବନ୍ଦ କରିଦେଇଥିଲେ। ତେବେ କିଛି ସମୟ ପରେ ସେ ପୁଣି ପଡ଼ିଆକୁ ଫେରିଥିଲେ । ତାଙ୍କର ଆଘାତ କେତେ ଗୁରୁତର ସେ ସଂପର୍କରେ ଟିମ ପରିଚାଳନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଯଦି ଆଘାତ ଗୁରୁତର ହୋଇଥାଏ ସେ ଆସନ୍ତା କାଲି ନ ଖେଳିବାର ଆଶଙ୍କା ରହିଛି । ଏପରି ହେଲେ ତାହା ଟିମ ଇଣ୍ଡିଆ ପାଇଁ ଏକ ଖରାପ ଖବର । କିନ୍ତୁ ଆଘାତ ବିଶେଷ ଗୁରୁତର ନ ଥିଲେ ସେ ଖେଳିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *