ନବୀନଙ୍କୁ ମୋହନଙ୍କ ଟାର୍ଗେଟ ; ସନ୍ଧ୍ୟା ହେଲେ ଘରୁ ବାହାରନ୍ତି ନି ନବୀନ

ଭୁବନେଶ୍ବର,୬/୩ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀକୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନ ଆସିବା ନେଇ ଦେଖାଦେଇଛି ବିବାଦ । ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ନବୀନଙ୍କୁ ଡାକିଥିଲୁ। ସେ ଆସିଲେ ନାହିଁ। ବିଧାନସଭାକୁ ମଧ୍ୟ ଡକାଯାଇଥିଲା। ସେଥିରେ ମଧ୍ୟ ଉପସ୍ଥିତ ରହିଲେ ନାହିଁ। ମୁଁ ଶୁଣିଥିଲି ସନ୍ଧ୍ୟା ସମୟ ହେଲେ ସେ ଆସନ୍ତି ନାହିଁ ।

୨୦୨୦ ମସିହା ଠାରୁ ସନ୍ଧ୍ୟା ସମୟରେ ସେ କୁଆଡେ ଯାଆନ୍ତି ନାହାନ୍ତି । ସେଥିପାଇଁ ବୋଧେ ଆସିଲେ ନାହିଁ। କିନ୍ତୁ ସକାଳେ ବିଧାନସଭା ଆସିପାରିଥାନ୍ତେ । ଏ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଠିକ ନୁହେଁ । ବିଧାୟକ ଆଉ ମେୟର ବି ଆସିଲେନି। ଆଜି ଆସିଥିଲେ ଭଲ ହୋଇଥାନ୍ତା। ଓଡିଶା ବାସୀଙ୍କୁ ବହୁତ ବଡ଼ ମେସେଜ ଦେଇ ପାରିଥାନ୍ତେ। ଏହା ସହ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ କରି କହିଛନ୍ତି ୨୦୦୦ ମସିହାରୁ ବିଜୁ ବାବୁଙ୍କ ସ୍ୱପ୍ନ ଗାଁକୁ କାମ ମା’କୁ ସମ୍ମାନ ବାଟବଣା ହୋଇଗଲା।ଯେଉଁମାନେ କହିଥିଲେ ବିଜୁ ବାବୁଙ୍କ ଅଧା ସ୍ବପ୍ନ ପୂରଣ କରିବୁ ସେମାନେ କରିପାରିଲେ ନାହିଁ। ଆମ ସରକାର ପୂରଣ କରିବାକୁ ଯାଉଛନ୍ତି । ଆମ ଓଡ଼ିଶା ବିକଶିତ ଓଡ଼ିଶାରେ ଯେଉଁ କାମ ହେବ ଗ୍ରାମବାସୀ ନିଷ୍ପତ୍ତି ନେବେ।

ମନରେଗାରେ ମେସିନ ଲଗାଉଥିଲେ ଫଲସ୍ ବିଲ୍ କରୁଥିଲେ। ଫେକ୍ ଜବ୍ କାର୍ଡ କରି ପଇସା ଲୁଟିଲେ। ଗାଁ ଲୋକମାନେ କାମ ପାଇଲେ ନାହିଁ। ଏଥିରେ ଗ୍ରାମ ଅର୍ଥନୀତି କେମିତି ବିକାଶ ହେବ। ଡାକ୍ତର, ଅଧ୍ୟାପକଙ୍କ ନାଁରେ ଜବ୍ କାର୍ଡ କରି ଫେକ୍ ମଷ୍ଟ ରୋଲ କରି ଲୁଟିଲେ। ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ କହୁଥିଲେ। କିନ୍ତୁ କେବଳ ଭୋଟ ବ୍ୟାଙ୍କ ତିଆରି କରିବା ଛଡା ପୂର୍ବ ସରକାର ଅନ୍ୟ କିଛି କଲେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *