ନବୀନଙ୍କ ଉପରୁ କମୁଛି କି ବିଜେଡି କର୍ମୀଙ୍କ ଭରସା ?

ଭୁବନେଶ୍ବର,୨୨/୮ : ନବୀନଙ୍କ ଉପରୁ କମୁଛି କି ବିଜେଡି କର୍ମୀଙ୍କ ଭରସା ? ଧିରେ ଧିରେ ନବୀନଙ୍କ କ୍ରେଜ କମିବାରେ ଲାଗିଛି । ବିଜେପି ମୁହାଁ ହେଉଛନ୍ତି କର୍ମୀ । ଆଜି ଏହାର ଉଦାହରଣ ଦେଖିବାକୁ ମିଳିଛି । ହିଞ୍ଜିଳି ଓ ଶେରଗଡ଼ ବ୍ଲକର ବହୁ ସରପଂଚ ଓ ସମିତି ସଭ୍ୟ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ସହ ଅନେକ ପୂର୍ବତନ ସରପଂଚ,ସମିତି ସଭ୍ୟ, ସଂଗଠକ ମଧ୍ୟ ବିଜେଡି ଛାଡ଼ିଛନ୍ତି । ଏହି ଚିତ୍ର ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବିଜେଡିକୁ ସୁରକ୍ଷିତ ରଖି ପାରିବେ ତ ନବୀନ । ଯେଉଁଠି ନିଜ ଗଡ଼ର ଲୋକେ ବିଜେପି ମୁହାଁ ହେଲେଣି ସେଠି ଏଭଳି ପ୍ରଶ୍ନ ଉଠିବା ସ୍ବଭାବିକ ହୋଇପଡ଼ିଛି ଏବେ ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ହିଞ୍ଜଳି ନିର୍ବାଚନମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧିମାନଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ହିଞ୍ଜିଳିରୁ ବିଜେପିର ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କ ନେତୃତ୍ୱରେ ବିଜେଡି ନେତା ରାମକୃଷ୍ଣ ମହାକୁଡ଼ଙ୍କ ସହଯୋଗରେ ହିଞ୍ଜିଳି ବ୍ଲକର ସରପଂଚ ବିକାଶ ସେଠୀ,ବିଜୟ ବେହେରା, ସନ୍ତୋଷ ସାହୁ, ସୁରେଶ ବରଡ, କୃଷ୍ଣଚନ୍ଦ୍ର ସୁଆଁସିଆ, ଗୁରୁନାଥ ପୋଲାଇ, ଶିବାଜୀ ବିଶୋଇ, ସମିତିସଭ୍ୟ ଇପିଲି ରାଜା, ମାର୍କଣ୍ଡ ପାଣିଗ୍ରାହୀ ପ୍ରମୁଖ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଶେରଗଡ଼ ବ୍ଲକର ସରପଂଚ ଉଦୟନାଥ ପ୍ରଧାନ, ପୂର୍ବତନ ସରପଂଚ ପଦ୍ମନାଭ ପାତ୍ର, ଧ୍ରୁବଚରଣ ନାୟକ,ପୂର୍ବତନ ସମିତିସଭ୍ୟ ଶରତ ଚନ୍ଦ୍ର ଗୌଡ଼, ପୂର୍ବତନ ସରପଂଚ ଧର୍ନୁଧର ମଲ୍ଲିକ, ପୂର୍ବତନ ନାଏବ ସରପଂଚ ପ୍ରମୋଦ ବିଶୋଇ, ମୁକେଶ ସାହୁ, ପ୍ରତାପ ପ୍ରଧାନ, ତାପସ ପ୍ରଧାନ, ଜିତେନ୍ଦ୍ର ମହାରଣା, ସୁନନ୍ଦ ପାଢ଼ୀ, ସରପଂଚ ସଞ୍ଜୟ ଜେନା,ନନ୍ଦିକ ଗାଁର ପୂର୍ବତନ ବିଜେଡି ସରପଂଚ ରୋହିତ ପ୍ରଧାନ, ପୂର୍ବତନ ସମିତିସଭ୍ୟ ମନୋଜ ପ୍ରଧାନ, ପୂର୍ବତନ ସରପଂଚ ହରିହର ଦାସ, ପୂର୍ବତନ ଉପାଧ୍ୟକ୍ଷ ଅଶୋକ ପଣ୍ଡା, ପୂର୍ବତନ ସମିତି ସଭ୍ୟ ଯୋଗେନ୍ଦ୍ର ବେହେରା, ପୂର୍ବତନ ସରପଂଚ ପ୍ରକାଶବେହେରା, ପୂର୍ବତନ ସରପଂଚ ପ୍ରବୀଣ ପାଣିଗ୍ରାହୀ, ପୂର୍ବତନ ୱାର୍ଡମେମ୍ବର ପବିତ୍ର ପାଠୀ, ଝିଝୁ ପାଣିଗ୍ରାହୀ, ସନ୍ୟାସୀ ସାହୁ, କୈଳାସ ବେହେରା, ସିନି ପାପେୟା ପାତ୍ର, ଆର ସୁଦାମ, ଡି.ବଳରାମ ପାତ୍ର, ହରିଶ୍ଚନ୍ଦ୍ର ସାହୁ, ଇ.ମହେଶ୍ୱର, ଶଙ୍କର ସାବତ, ରାସ ବିହାରୀ ଦାସ, ଶଙ୍କର ପୃଷ୍ଟି, ଆନନ୍ଦ ପ୍ରଧାନ, ପ୍ରଦୀପ ପାଣିଗ୍ରାହୀ, ସୁବାଷ ଗୌଡ଼, ରତିକାନ୍ତ ପରିଡା, ଏମ୍‌.ରାମମୂର୍ତି, କେ. ପୁରୁଷତୋମ, ପି.ବାବୁ ରାଓଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ଆଜି ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକଭାବେ ସାମିଲ ହୋଇଛନ୍ତି ।

ତେବେ ନବୀନଙ୍କଠୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଆସ୍ଥା ହରାଇ ବିଜେପିରେ ସାମିଲ ହେବାର ପ୍ରତିକୂଳ ପ୍ରଭାବ ରାଜ୍ୟରେ ବିଜେଡି ସଂଗଠନ ଉପରେ ପଡ଼ି ନପ ପାରେ ବୋଲି କୁହାଯାଇପାରିବ ନାହିଁ ।