ଗୁଜରାଟରେ ଅଧା କଂଗ୍ରେସ ନେତା ବିଜେପି : ରାହୁଲ

ନୂଆଦିଲ୍ଲୀ,୯/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କ ନିଜ ଦଳର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାହୁଲ ଏବେ ୨ ଦିନିଆ ଗୁଜରାଟ ଗସ୍ତରେ ଥିବାବେଳେ ଅହମଦାବାଦରେ ଆଜି ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ରାଜ୍ୟରେ ଦଳର ଅଧା ନେତା ବିଜେପି ପାଇଁ କାମ କରୁଛନ୍ତି। ସେମାନଙ୍କୁ ଦଳରୁ ହଟାଇଦେବା ଉଚିତ। ରାହୁଲ କହିଛନ୍ତି, ଯଦି ଦଳରୁ ୩୦-୪୦ ଜଣ ନେତାଙ୍କୁ ବାହାର କରିବା ଆବଶ୍ୟକ ପଡ଼େ ତେବେ ପାର୍ଟି ହାଇକମାଣ୍ଡ ତାହା କରିବେ। ରାହୁଲ କହିଛନ୍ତି, ଗୁଜରାଟ କଂଗ୍ରେସରେ ୨ ଗୋଷ୍ଠୀ ଅଛନ୍ତି।

ଗୋଟିଏ ଗୋଷ୍ଠୀ କଂଗ୍ରେସ ବିଚାରଧାରାକୁ ସମ୍ମାନ ଦେଇ କାମ କରୁଛନ୍ତି ଏବଂ ଅନ୍ୟ ଏକ ଗୋଷ୍ଠୀ ବିଜେପି ପାଇଁ କାମ କରୁଛି। ଏହି ୨ଟି ଗୋଷ୍ଠୀ ଅଲଗା ହେବା ଉଚିତ।ରାହୁଲଙ୍କ ଏହି ଟିପ୍ପଣୀ ପାଇଁ ବିଜେପି ତାଙ୍କୁ ପରିହାସ କରିଛି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି‌, ରାହୁଲ ହେଉଛନ୍ତି ବିଜେପିର ସବୁଠାରୁ ବଡ଼ ସମ୍ପତ୍ତି ଏବଂ କଂଗ୍ରେସ ନେତାମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ଟିପ୍ପଣୀ ଅତ୍ୟନ୍ତ ହାସ୍ୟାସ୍ପଦ। ବିଜେପି ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ ମଧ୍ୟ ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି, ‘ ନିଜ ଦଳ, ଲୋକ, ସାମ୍ବିଧାନିକ ଅନୁଷ୍ଠାନ ଏବଂ ଗଣମାଧ୍ୟମ ବିରୋଧରେ ଅଭିଯୋଗ କରିବାପରେ ରାହୁଲ ଏବେ କଂଗ୍ରେସ ନେତାମାନଙ୍କୁ ଦାୟୀ କରୁଛନ୍ତି। ନିଜ ଦଳ ଉପରେ ବି ଭରସା ନାହିଁ। ତେବେ ମୋର ପରାମର୍ଶ ହେଉଛି ରାହୁଲ ଅନ୍ୟକୁ ଦାୟୀ କରିବା ପୂର୍ବରୁ ପ୍ରଥମେ ଆତ୍ମସମୀକ୍ଷା କରନ୍ତୁ।

Leave a Reply

Your email address will not be published. Required fields are marked *