ଆଇସିସି ଚାମ୍ପିୟନ୍ସ ଟ୍ରଫି : ୨୫ବର୍ଷର ପ୍ରତିଶୋଧ ନେଲା ଭାରତ

ଦୁବାଇ,୯/୩ : ଦୁବାଇରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଚାମ୍ପିୟନ ହୋଇଛି ଭାରତ। ଗୋଟିଏ ଓଭର ତଥା ୬ ବଲ ହାତରେ ଥାଇ ନ୍ୟୁଜିଲାଣ୍ଡର ୨୫୨ ରନ ଟାର୍ଗେଟକୁ ପୂରଣ କରିବାରେ ଭାରତ ସଫଳ ହୋଇଛି।ଚାମ୍ପିୟନ୍ସ ଟ୍ରଫି ହାତେଇବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ଆରମ୍ଭ ହୋଇଥିଲା। ଚାମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ନ୍ୟୁଜିଲାଣ୍ଡ ଭାରତକୁ ୨୫୨ ଟାର୍ଗେଟ ଦେଇଥିଲା।

ତେବେ ୨୫୨ ରନ୍‌‌ ସ୍କୋର କରି ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଜେତା ହୋଇଛି।ରୋହିତ ଶର୍ମା୭୬, ଶୁଭମନ ଗିଲ ୩୧, ବିରାଟ କୋହିଲି ୧, ଆୟର ୪୮, ପଟେଲ ୨୯, ହାର୍ଦ୍ଦିକ ପାଣ୍ଡିଆ ୪ ରନ କରିଥିବାବେଳେ କେଏଲ୍ ରାହୁଲ ୩୪ ଏବଂ ରବୀନ୍ଦ୍ର ଯାଡେଜା ୯ ରନ ସ୍କୋର କରିଥିଲେ।ପ୍ରଥମେ ଟସ୍‌‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୫୧ ରନ୍‌‌ ସ୍କୋର କରିବାରେ ସଫଳ ହୋଇଥିଲା ।

ଫଳରେ ଭାରତ ଆଗରେ ୨୫୨ରନ୍‌‌ର ବିଜୟ ଲକ୍ଷ୍ୟ ରହିଥିଲା। ଡାରିଲ ମିଚେଲ ଏବଂ ବ୍ରେସୱେଲଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ୨୫୧/୭ ସ୍କୋର କରିଥିଲା । ୟଙ୍ଗ ୧୫, ରଚିନ ୩୫, ମିଚେଲ ୬୩, ଫିଲିପ୍ସ ୩୪ ରନ କରିଥିବାବେଳେ ବ୍ରେସୱେଲ ୫୩ରନ୍‌‌ରେ ଅପରାଜିତ ରହିଥିଲେ।ଭାରତୀୟ ଖେଳାଳୀ ବରୁଣ ଏବଂ କୁଳଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । ସେହିପରି ସାମି ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Leave a Reply

Your email address will not be published. Required fields are marked *