ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ପୁରସ୍କାର

ନୂଆଦିଲ୍ଲୀ,୬/୮ : ଫିଜି ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆୟୋଜିତ ପାରମ୍ପରିକ ସ୍ୱାଗତ ସମାରୋହରେ ତାଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ – କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି ପ୍ରଦାନ କରାଯାଇଛି। ପରେ ରାଷ୍ଟ୍ରପତି ଫିଜି ସଂସଦକୁ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ଆମ ଆକାରରେ ବ୍ୟାପକ ପାର୍ଥକ୍ୟ ଥିଲେ ମଧ୍ୟ ଉଭୟ ଭାରତ ଏବଂ ଫିଜି ମଧ୍ୟରେ ଗଣତନ୍ତ୍ର ସମେତ ଅନେକ ସାମଞ୍ଜସ୍ୟ ରହିଛି। ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବାର ସମୃଦ୍ଧ ଅଭିଜ୍ଞତା ଥିବା ଜଣେ ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ଭାବରେ ଭାରତ ଫିଜିକୁ ସର୍ବଦା ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ ଫିଜି ସାଂସଦମାନଙ୍କୁ ଆଶ୍ୱାସନା ଦେଇଥିଲେ।

Leave a Reply

Your email address will not be published. Required fields are marked *