ଭୁବନେଶ୍ୱର,୨୬/୩ : କଂଗ୍ରେସ ଆରମ୍ଭ କଲା ପଦଯାତ୍ରା । ରାମମନ୍ଦିର ପାଖରୁ ଆରମ୍ଭ ହେଲା ପଦଯାତ୍ରା । ସାଧାରଣ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଦାସ ସାମିଲ ।
ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମଙ୍କ ଭଳି ନିଲମ୍ବିତ ବିଧାୟକ ମଧ୍ୟ ପଦଯାତ୍ରାରେ ସାମିଲ ହୋଇଛନ୍ତି ।ବିଧାନସଭା ପର୍ଯ୍ୟନ୍ତ ଯିବ କଂଗ୍ରେସର ପଦଯାତ୍ରା । ସରକାର ପାଖରେ ସାହସ ନାହିଁ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଯାହାଫଳରେ ସରକାର ମନମୁଖୀ ସାଶନ ଚଳାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।