ATMରୁ କ୍ୟାଶ ଉଠାଇବା ହେବ ମହଙ୍ଗା

ନୂଆଦିଲ୍ଲୀ, ୨୬/୩ : ଏଟିଏମରୁ କ୍ୟାସ ଉଠାଇବା ହେବ ମହଙ୍ଗା । ମେ ୧ ତାରିଖରୁ ଆପଣଙ୍କ ପକେଟ ଖର୍ଚ୍ଚ ବଢ଼ିବାକୁ ଯାଉଛି । ପ୍ରତି ଟ୍ରାଞ୍ଜାକସନ ଉପରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏ ନେଇ ଏନପିସିଆଇର ପ୍ରସ୍ତାବକୁ ଆରବିଆଇ ମଞ୍ଜୁରୀ ଦେଇଛି । ମେ ପହିଲାରୁ ବଦଳିବାକୁ ଯାଉଥିବା ନିୟମ ଅନୁସାରେ, ହୋମ ବ୍ୟାଙ୍କ ନେଟଓ୍ବାର୍କ ବାହାରେ ଯଦି କୌଣସି ଏଟିଏମ ମେଶିନରେ ଟ୍ରାଞ୍ଜାକସନ କରିବେ କିମ୍ବା ବାଲାନ୍ସ ଚେକ କରିବେ, ତେବେ ୟୁଜରଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ ।

ଭାରତୀୟ ରାଷ୍ଟ୍ରୀୟ ପେମେଣ୍ଟ ନିଗମ (ଏନପିସିଆଇ)ର ପ୍ରସ୍ତାବ ଆଧାରରେ ଆରବିଆଇ ଦ୍ବାରା ଅନୁମୋଦିତ ସଂଶୋଧନର ଏକ ଅଂଶ ।ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ଯଦି ଗ୍ରାହକ ନିଜର ହାମ ବ୍ୟାଙ୍କର ଏଟିଏମ ବଦଳର ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଉଥିଲେ, ତେବେ ତାଙ୍କୁ ପ୍ରତି ଟ୍ରାଞ୍ଜାକସନ ପିଛା ୧୭ ଟଙ୍କା ଚାର୍ଜ ଦେବାକୁ ପଡ଼ୁଥିଲା । ମାତ୍ର ଏବେ ମେ ୧ରୁ ତାହା ବୃଦ୍ଧି ପାଇ ୧୯ ଟଙ୍କା ହୋଇଯିବ । ସେହିପରି ଗ୍ରାହକ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କ ଏଟିମିଏମରେ ବାଲାନ୍ସ କରୁଥିଲେ ପୂର୍ବରୁ ୬ ଟଙ୍କା ଚାର୍ଜ ରହିଥିବା ବେଳେ ଏବେ ତାହା ୭ ଟଙ୍କା ହୋଇଯିବ । ବ୍ୟାଙ୍କ ୟୁଜର ନିଜର ଫ୍ରି ମନ୍ଥଲି ଟ୍ରାଞ୍ଜାକସନ ଲିମିଟ ପରେ ଅର୍ଥ ଉଠାଣ କଲେ ଏହି ଚାର୍ଜ ଲାଗୁ ହେବ ।

Leave a Reply

Your email address will not be published. Required fields are marked *