ଭିଆର୍‌ଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍‌ !

ଭୁବନେଶ୍ଵର, ୨୯/୩ : ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍ ! ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ। ସୁଜାତା କାର୍ତ୍ତିକେୟନ୍‌ଙ୍କ ଆବେଦନକୁ କେନ୍ଦ୍ର ମଞ୍ଜୁର କରିଥିବା ସୂଚନା ମିଳିଛି। ୨୦୦୦ ବ୍ୟାଚ୍‌ ର ଆଇଏଏସ୍ ଅଫିସର ହେଉଛି ସୁଜାତା କାର୍ତ୍ତିକେୟନ୍।

ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି ସୁଜା କାର୍ତ୍ତିକେୟନ୍। ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ। ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ୍। କିଛି ଦିନ ତଳେ ପାଣ୍ଡିଆନ୍ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଭିଆର୍‌ଏସ୍‌ ନେବା ପରେ ସୁଜାତା ଏବଂ ପାଣ୍ଡିଆନ୍‌ ଙ୍କ ଆଭିମୁଖ୍ୟ କଣ ରହିବ , ତା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *