ଦାୟିତ୍ଵ ନେଲେ ନୂଆ ପୁଲିସ କମିଶନର

ଭୁବନେଶ୍ୱର, ୩0/୯ : ଭୁବନେଶ୍ଵର-କଟକ କମିଶନରେଟ ପୁଲିସର କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ସୁରେଶ ଦେବଦତ୍ତ ସିଂହ। ପୂର୍ବତନ ସିପି ସଞ୍ଜୀବ ପଣ୍ଡାଙ୍କ ନୂଆ କମିଶନର ସିଂହଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି।

ଏହି ଅବସରରେ ନୂଆ କମିଶନର ଅନ୍ୟ ଅଧିକାରୀମାନଙ୍କ ସହିତ ହାତ ମିଳାଇ ପରିଚିତ ହୋଇଥିଲେ।ଅନ୍ୟପଟେ ଭୁବନେଶ୍ଵର ଡିସିପି ଥିବା ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଦିଆଯାଇଛି। ପୁରୀ ଏସପି ଥିବା ପିନାକ ମିଶ୍ରଙ୍କୁ ଭୁବନେଶ୍ଵର ଡିସିପି ଭାବେ ନିଯୁକ୍ତ କରାଯାଇଛି। ଭରତପୁର ଘଟଣାରେ ଡିସିପିଙ୍କ ତରବରିଆ ମନ୍ତବ୍ୟ ଏବଂ ପୁଲିସର ଦାୟିତ୍ଵହୀନତା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *