ଭୁବନେଶ୍ବର,୪/୧୨ : ସତ୍ୟଭାମା ଦେବୀ ମୁକ ବଧିର ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ତରଫରୁ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏଥିରେ ଉକ୍ତ ମହାବିଦ୍ୟାଳୟରେ ପଢୁଥିବା ୪୫୦ ମୁକ ବଧିର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ନିରୋଜା ଲକ୍ଷ୍ମୀ ମହାପାତ୍ର ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ ସାରା ବିଶ୍ଵରେ ଯେତିକି ଲୋକ ବସବାସ କରୁଛନ୍ତି ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ହେଉଛନ୍ତି ଭିନ୍ନକ୍ଷମ । ଏହି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନିଚ୍ଚ ଦୃଷ୍ଟିରେ ନ ଦେଖି ସେମାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ସେମାନେ କୌଣସି ଗୁଣରେ କମ ହେବେ ନାହିଁ । ମାନବ ସମ୍ବଳର ଏହି ବିଶାଳ ଅଂଶକୁ କେବେ ବି ଅଣଦେଖା କରିହେବ ନାହିଁ । ଯୋଗଦାନ କରିଥିବା ପିଲାମାନଙ୍କୁ କହିଥିଲେ ଯେ ଜନ୍ମରୁ ଶବ୍ଦ ଶୁଣିପାରୁନଥିବା, କହିପାରୁନଥିବା ଓ ଦେଖିପାରୁନଥିବା ଅମ୍ଳାନ ବ୍ୟକ୍ତିତ୍ବ ଥିଲେ ହେଲେନ କିଲର, ଯିଏ କି ଏକ ଧାରାରେ ଜଣେ ଲେଖକ, ରାଜନୀତିଜ୍ଞ ଓ ଅଧ୍ୟାପକ ।
ସେ ନିଜେ ଦୃଷ୍ଟି, ବାକ ଶ୍ରବଣ ବାଧିତ ଥିଲେ ମଧ୍ୟ ସେ ସାଙ୍କେତିକ ଭାଷାର ଆବିଷ୍କାର କରିଥିଲେ, ସେଥି ପାଇଁ ତାଙ୍କୁ ସାଙ୍କେତିକ ଭାଷାର ଜନକ କୁହାଯାଏ ।ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ଚେୟାରମ୍ୟାନ ଦିଲୀପ ରାୟ ଅଭିଭାଷଣରେ କହିଥିଲେ ଏହି ପିଲାମାନେ କୌଣସି ଗୁଣରେ କମ ନୁହନ୍ତି ସମସ୍ତଙ୍କର ସହଯୋଗ ଓ ସକାରାତ୍ମକ ଚିନ୍ତାଧାରା ରହିଲେ ଏମାନେ ନିଶ୍ଚୟ ଇତିହାସ ରଚନା କରିପାରିବେ । ଏଠି ସହିତ ଭାଇସ ଚେୟାର ମ୍ୟାନ ମନୋଜ ନନ୍ଦ ମଧ୍ୟ ଟ୍ରଷ୍ଟର କାର୍ଯ୍ୟ ସମ୍ବନ୍ଧରେ ମତାମତ ରଖିଥିଲେ । ଏଠି ସହିତ ଟ୍ରଷ୍ଟର ଅନ୍ୟାନ୍ୟ ଟ୍ରଷ୍ଟିମାନେ ରବୀନ୍ଦ୍ର ସାହୁ ଓ ଶିଶିର ଦାସ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ କାରୟ୍ୟୟ କ୍ରମରେ ଯୋଗଦାନ କରି ପ୍ରମଥେସ ପଟ୍ଟନାୟକ, ଭାଇସ ପ୍ରେସିଡେନ୍ଟ ଟ୍ରଷ୍ଟ ହେଡ, ଏଚଡିଏଫସି ବ୍ୟାଙ୍କ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟର ଏହି ପଦକ୍ଷେପକୁ ଅଧିକ ପ୍ରଶଂସା କରିଥିଲେ । ଓଟିଭି ଆଙ୍କର ଭବାନୀ ମହାପାତ୍ର ଉକ୍ତ ଅନୁଷ୍ଠାନର ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ସ୍ଵାଗତ ନୃତ୍ୟ ଦେଖି ଅଭିଭୂତ ହୋଇଯାଇଥିଲେ । ଏମାନେ କୌଣସି ଗୁଣରେ କମ ନୁହନ୍ତି ଏବଂ ଚେଷ୍ଟା କଲେ ଏମାନେ ଦିନେ ବଡ ମଣିଷ ହୋଇ ପାରିବେ ବୋଲି କହିଥିଲେ।
ଏହି ସହିତ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ନକ୍ଷତ୍ର ନିଉଜ ଆଙ୍କର ସୁପ୍ରିୟା ଦାସ, ମୀର ଅଲ୍ଲୀ, ଅହମ୍ମଦ ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକ ଗୁରୁପଦ ନାଥ ଓ ହାସ୍ୟ ଅଭିନେତା ଜ୍ଞାନ ବାରିକ ମଧ୍ୟ ଟ୍ରଷ୍ଟର ଏପରି କାର୍ୟ୍ୟସକୁ ଅଧିକ ପ୍ରସଂଶା କରିଥିଲେ । ସନ୍ତୋସିନୀ ଜୈନ ସାମାଜିକ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ ଏବଂ ସହଯୋଗର ହାତ ମଧ୍ୟ ବଢାଇଥିଲେ । ଉଲ୍ଲେଖନୀୟ ଯେ ରାଜ୍ୟରେ ମୁକ ବଧିର ଛାତ୍ର ଛାତ୍ରୀଙ୍କର ଉଚ୍ଛ ଶିକ୍ଷାପାଇଁ କୌଣସି ମହାବିଦ୍ୟାଳୟ ନ ଥିବା ବେଳେ ସତ୍ୟଭାମା ଦେବୀ ୱେଲଫେୟର ଟ୍ରଷ୍ଟ ତରଫରୁ ୨୦୦୭ ମସିହାରେ ପ୍ରଥମେ ସତ୍ୟଭାମା ଦେବୀ ମୁକ-ବଧିର ମହାବିଦ୍ୟାଳୟ ପ୍ରତିସ୍ଥା କରଯାଇଥିଲା । ଯେଉଁ ମହାବିଦ୍ୟାଳୟରୁ ୧୦୦୦ ରୁ ଉର୍ଦ୍ଦ ଜଣ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇସାରିଥିବା ବେଳେ ୪୫୩ ଜଣ ଛାତ୍ର ଛାତ୍ରୀ ଉଚ୍ଛ ଶିକ୍ଷା ଗ୍ରହଣ କରୁଛନ୍ତି । ଉଚ୍ଚ ଶିକ୍ଷା ପାଇଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ଅନେକ ସରକାରୀ ଓ ବେସରକାରୀ ସ୍ତରର ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି ।