କେନିଆରେ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡ, ୧୭ ଛାତ୍ର ମୃତ

ନୂଆଦିଲ୍ଲୀ, ୬/୯ : କେନ୍ଦ୍ରୀୟ କେନିଆର ଏକ ବୋର୍ଡିଂ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ଶୋଇଥିବା ଅବସ୍ଥାରେ ୧୭ ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣ ଆହତ ହୋଇଛନ୍ତି। ନିଆରୀ କାଉଣ୍ଟିର ହିଲ୍ସାଇଡ୍ ଏଣ୍ଡରାସା ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟୟ ପରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ କହିଛି।

ସେଠାକାର ସରକାରୀ ମୁଖପାତ୍ର ଆଇଜାକ୍ ମୁୱାରା କହିଛନ୍ତି ଯେ ପିଲାମାନେ ଚତୁର୍ଥରୁ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ଏବଂ ସେମାନଙ୍କ ବୟସ ପ୍ରାୟ ୯ରୁ ୧୩ ବର୍ଷ ଥିଲା। ହଷ୍ଟେଲରେ ୧୫୬ ଜଣ ଛାତ୍ର ଥିଲେ। ଗୁରୁବାର ରାତିରେ ଘଟିଥିବା ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମୃତଦେହକୁ ଚିହ୍ନିବା ସମ୍ଭବ ନୁହେଁ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *