ପାଲେଷ୍ଟାଇନ ସ୍କୁଲ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍

ନୂଆଦିଲ୍ଲୀ,୨୭/୭ : ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଗାଜାର ଡେଇର ଅଲ-ବାଲାହରେ ଥିବା ଏକ ସ୍କୁଲ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ଅତି କମରେ ୩୦ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ଇସ୍ରାଏଲ ସେନା କହିଛି ଯେ ହାମାସ କମାଣ୍ଡ ସେଣ୍ଟର ଉପରେ ଆକ୍ରମଣ କରାଯାଇଛି । ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଅଧିକାଂଶ ଲୋକ ବିସ୍ଥାପିତ ହୋଇ ଆସିଥିଲେ ଓ ସେଠାରେ ରହୁଥିଲେ।