ଫାଇଟରରୁ ନେଇ ଶୈତାନ , ମିଷ୍ଟର ଆଣ୍ଡ ମିସେସ ମାହି ସମସ୍ତଙ୍କୁ ପଛରେ ପକାଇଲା, ଆଡଭାନ୍ସ ବୁକିଂରେ କଲା ଏହି ରେକର୍ଡ଼

ନୂଆଦିଲ୍ଲୀ,୩୧/୫ : ଶ୍ରୀକାନ୍ତ ପରେ ରାଜକୁମାର ରାଓ ନିଜ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଆଗାମୀ ଫିଲ୍ମ ମିଷ୍ଟର ଆଣ୍ଡ ମିସେସ ମାହି ଅଟେ । ଯାହା ଚଳିତ ଶୁକ୍ରବାର ଫିଲ୍ମ ହଲରେ ରିଲିଜ ହୋଇଛି । ଏହି ଫିଲ୍ମରେ ରାଜକୁମାର ରାଓଙ୍କ ସହ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଦୁଇ କଳାକାର କୌଣସି ଫିଲ୍ମରେ ଦ୍ବିତୀୟ ଥର କାମ କରୁଛନ୍ତି । ରିଲିଜ ପୂର୍ବରୁ ମିଷ୍ଟର ଆଣ୍ଡ ମିସେସ ମାହି ବହୁ ଚର୍ଚ୍ଚାରେ ରହିଥିବା ଫିଲ୍ମ ମଧ୍ୟରୁ ଗୋଟିଏ । ଫିଲ୍ମର ଟ୍ରେଲରକୁ ବି ଦର୍ଶକ ବହୁତ ପସନ୍ଦ କରିଥିଲେ । ଏବେ ଆଡଭାନ୍ସ ବୁକିଂରେ ବି ମିଷ୍ଟର ଆଣ୍ଡ ମିସେସ ମାହି ଧମାଲ କରିଛି ।ରାଜକୁମାର ରାଓ ଏବଂ ଜାହ୍ନବୀ କପୁରଙ୍କ ଏହି ଫିଲ୍ମର ଆଡଭାନ୍ସ ବୁକିଂରେ ଭଲ ରେସପନ୍ସ ମିଳୁଛି । ଏହି ଫିଲ୍ମ ୨୦୨୪ର ସବୁଠାରୁ ଅଧିକ ଆଡଭାନ୍ସ ବୁକିଂ ହାସଲ କରିବା ଫିଲ୍ମ ହୋଇଯାଇଛି । ବର୍ତ୍ତମାନର ସଂଖ୍ୟା ଅନୁସାରେ ରାଜକୁମାର ରାଓ ଏବଂ ଜାହ୍ନବୀ କପୁରଙ୍କ ମିଷ୍ଟର ଆଣ୍ଡ ମିସେସ ମାହି ପ୍ରମୁଖ ଥିଏଟର ଚେନ ପିଭିଆର, ଆଇନକ୍ସ ଏବଂ ସିନେପଲିସରେ ଦୁଇ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି । ଏହାସହ ଏହି ଫିଲ୍ମ ଆଡଭାନ୍ସ ବୁକିଂରେ ଫାଇଟର, ବଡେ ମିଆ ଛୋଟେ ମିଆ ଏବଂ ଶୈତାନକୁ ପଛରେ ପକାଇ ଦେଇଛି ।