ଭୁବନେଶ୍ବର,୧୫/୪ : ବିଜେଡିର ୧୮ଜଣିଆ ଜିଲ୍ଲା ସଭାପତି ତାଲିକା ପ୍ରକାଶ । ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ଯୋଗୁ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ତିନି ଦିନ ଯାଏ ଅର୍ଥାତ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଆସନ୍ତାକାଲିଠୁ ଆଉ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା ପରେ ଏକଜିକ୍ୟୁଟିଭ କମିଟି ଗଠିତ ହେବ। ତା ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।ସଭାପତି ପଦ ପାଇଁ ନୋମିନେସନ କେବେ ଓ ନିର୍ବାଚନ କେବେ ପରବର୍ତ୍ତି ପର୍ଯ୍ୟାୟରେ ଚୂଡ଼ାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ।
ଅନୁଗୁଳ ପାଇଁ ବ୍ରଜକିଶୋର ପ୍ରଧାନ, ବରଗଡ଼ ପାଇଁ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ବାଇଁ, ବୌଦ୍ଧ ପାଇଁ ପ୍ରଦୀପ ଅମାତ, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଜିଲ୍ଲା ସଭାପତି ହୋଇଛନ୍ତି। ସେହିପରି ଗଜପତି ଲାଗି ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ କୁମାର ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା, ମାଲକାନଗିରି ପାଇଁ ମାନସ ମାଡ଼କାମୀ, ମୟୂରଭଞ୍ଜ ପାଇଁ ସୁଦାମ ମାର୍ଣ୍ଡି, ନବରଙ୍ଗପୁର ପାଇଁ ମନୋହର ରନ୍ଧାରୀ, ନୟାଗଡ଼ ପାଇଁ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା ପାଇଁ ଅବନୀ ରଞ୍ଜନ ଯୋଶୀ, ପୁରୀ ପାଇଁ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର ପାଇଁ ସରୋଜ କୁମାର କମ୍ପ ଓ ସୁନ୍ଦରଗଡ଼ ପାଇଁ ଯୋଗେଶ ସିଂ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି।
