ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି : ଅଶୋକ ପଣ୍ଡା

ଭୁବନେଶ୍ବର, ୧୫/୪ : ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯିଏ ବି କରିଛି ଏହା ତାଙ୍କ ହୀନମନ୍ୟତା। କେହି ଭୁଲିବା କଥା ନୁହେଁ ଯେ ବିଜୁ ପଟ୍ଟନାୟକଙ୍କ ପରି ମହାପୁରୁଷଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଭୂମିକା ରହିଛି।

ପ୍ରଶାସନ ଏ ଦିଗରେ ଆଇନଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଜୁ ପଟ୍ଟନାୟକଙ୍କ ମରଶରୀରରେ ତିନି ରାଷ୍ଟ୍ରର ଜାତୀୟ ପତାକା ପଡିଥିଲା। ସଂକୀର୍ଣ୍ଣ ରାଜନୀତିରୁ ବାହାରିବା ଦରକାର ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା ।