ମୁକୁଳା ଡ୍ରେନରେ ଭାସିଗଲେ ନାବାଳକ

ଭୁବନେଶ୍ୱର, ୧୮/୬ : ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ଆଶ୍ୱସ୍ତି ଆଣିଥିବା ବେଳେ ଅନ୍ୟ ପଟେ ମୁକୁଳା ଡ୍ରେନରେ ଜଣେ ୮ ବର୍ଷର ନାବାଳକ ଭାସି ଯାଇଥିବା ଖବର ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଡ୍ରେନ୍ ରେ ଭାସି ଯାଇଥିବା ନେଇ ସୂଚନା ମିଳିଛି। ଭୁବନେଶ୍ୱର ମସଜିଦ୍ କଲୋନୀ ପାଖ ଡ୍ରେନ୍ ରେ ଭାସି ଯାଇଥିବା ଜଣାପଡିଛି। ଭାସି ଯାଇଥିବା ନାବାଳକକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ପାଣିରେ ଭାସି ଯାଉଥିବା ବେଲୁନ୍ ଆଣିବାକୁ ଯାଇ ନାବାଳକ ଭାସି ଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *