ରାସ୍ତାରେ କାର ଅଟକାଇ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ !

ମହାନତା ଦେଖାଇଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । କାରକେଡ଼ ଅଟକାଇ ଲୋକଙ୍କ ପାଖକୁ ଧାଇଁଗଲେ । ମୁଖ୍ୟମନ୍ତ୍ରୀଙ୍କ ରାଇକଳା ଗସ୍ତ ସମୟରେ ଦେଖିବାକୁ ମିଳିଥିଲା ଏଭଳି ଅଦ୍ଭୁତ ଦୃଶ୍ୟ । ରାସ୍ତାରେ ଅଟକି ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ।

ସୂଚନା ମୁତାବକ, ସୋମବାର ଦିନ ଦୀପାବଳି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳା ଗସ୍ତରେ ଯାଇଥିଲେ । ଆଉ ମଙ୍ଗଳବାର ସେ ସର୍କିଟ ହାଉସରୁ ବାହାରି ଯିବା ସମୟରେ ରାଇକଳା ରାସ୍ତାରେ ଅଭିଯୋଗ ନେଇ ଠିଆ ହୋଇଥିଲେ ଲୋକମାନେ । ମୁଖ୍ୟମନ୍ତ୍ରୀ ସେହି ବାଟ ଦେଇ ଯିବା ସମୟରେ ଲୋକଙ୍କୁ ଦେଖି କାରକେଡ ଅଟକାଇଥିଲେ । ଆଉ ଗାଡ଼ିରୁ ଓହ୍ଲାଇ ଧର୍ଯ୍ୟର ସହିତ ଲୋକଙ୍କ ଦୁଃଖ ଶୁଣିଥିଲେ । ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମାଧାନ ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ଏଭଳି କରି ମୋହନ ପ୍ରମାଣିତ କରିଦେଇଛନ୍ତି ସେ ହିଁ ପ୍ରକୃତରେ ଲୋକଙ୍କ ମୁଖ୍ୟମନ୍ତ୍ରୀ। ତାଙ୍କର ଏଭଳି କାମକୁ ମଧ୍ୟ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ ସ୍ଥାନୀୟ ଅଭିଯୋଗର ସମାଧାନ କରିବା ପରେ ରାଇକଳାରେ ପାରମ୍ପରିକ ଗୋବର୍ଦ୍ଧନ ପୂଜାରେ ଅଂଶଗ୍ରହଣ କରିଥିଲେ । ପରେ ସନ୍ଧ୍ୟାରେ ମୋହନ କେନ୍ଦୁଝରର ବିଭିନ୍ନ କାଳୀପୂଜା ମଣ୍ଡପ ବୁଲି ଦେଖିବା ପରେ ଭୁବନେଶ୍ୱର ଫେରି ଆସିଥିଲେ । ନିଜ ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ କରିବାକୁ ଯାଇଥିଲେ । କୁଡ଼ୁମୀ ସମ୍ପ୍ରଦାୟର ଗୋଠପୂଜାରେ ମଧ୍ୟ ସାମିଲ ହୋଇଥିଲେ । ପରେ ସେ ନିଜେ ମାଦଳ ବଜାଇ ଲୋକଙ୍କ ଗହଣରେ ଦୀପାବଳିର ଆନନ୍ଦ ଉଠାଇଥିଲେ ।

Leave a Reply

Your email address will not be published. Required fields are marked *