ଆଦିବାସୀ ଭୋଟ ବଦଳାଇବ ନୂଆପଡା ବାଜି !

ନୂଆପଡ଼ା ମଇଦାନରେ ଜମୁଛି ପ୍ରଚାର । ତ୍ରିମୁଖୀ ଲଢ଼େଇ ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ । ହେଲେ ନୂଆପଡା ଉପନିର୍ବାଚନ ଗେମ୍ ଚେଞ୍ଜର ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ । ତେଣୁ ଆଦିବାସୀ ଭୋଟ ଯାହାର ଆଗାମୀ ୩ ବର୍ଷ ନୂଆପଡା ତାର ବୋଲି ଏବେ ଚର୍ଚ୍ଚା ହେଉଛି ।

ଯଦି ଦେଖିବା ନୂଆପଡାରେ ପ୍ରାୟ ୩୩ ପ୍ରତିଶତ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ । ସେଥିପାଇଁ ଆଦିବାସୀ ଭୋଟକୁ ହାତେଇବା ପାଇଁ ଏବେ ଲାଗିପଡିଛନ୍ତି ତିନି ଦଳ। କିଏ ଭଳିକି ଭଳି ପ୍ରତିଶ୍ରୁତି ଦେଇ ତ କିଏ ୨୦୦ ଟଙ୍କିଆ ସୁତା ଶାଢ଼ୀ ଦେଇ ଭୋଟ ହାତେଇବା ପାଇଁ ନିଜ ନିଜର ରଣ କୋୖଶଳ ପ୍ରୟୋଗ କରିଛନ୍ତି । ତିନି ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି, ନିଜ ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ କଷୁଛନ୍ତି ଅଙ୍କ ।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ସ୍ବର୍ଗତ ପିତା ରାଜୁ ଭାଇ ଢୋଲକିଆଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ବାକି ଅଛି କହି ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଗାଁକୁ ଗାଁ ଘରକୁ ଘର ବୁଲି ମାଗୁଛନ୍ତି ଭୋଟ । ଆଦିବାସୀ ଭୋଟରଙ୍କୁ ମନାଇବା ପାଇଁ ବିଭିନ୍ନ ସ୍ଥାନରେ କରୁଛନ୍ତି ପ୍ରଥପ୍ରାନ୍ତ ସଭା ଓ ବୈଠକ । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ମଧ୍ୟ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି। ନୂଆପଡାରେ ସମସ୍ତେ ମୋର ନିଜ ଲୋକ ବୋଲି କହି ସ୍ନେହାଙ୍ଗୀନ ଭୋଟ ମାଗୁଥିବା ବେଳେ ରାଜେନ୍ଦ୍ର ଢୋଲକିଆଙ୍କ କାମର ଉଦାହରଣ ଦେଇ ନିଜେ ବି ଠିକ୍ ସେହିଭଳି କାମ କରିବେ ବୋଲି କହୁଛନ୍ତି । ତେବେ କାହା କଥାରେ ଭୋଟରଙ୍କ ମନ ମାନୁଛି, ତାହା ତ ନେଭେମ୍ବର ୧୪ ରେ ସ୍ପଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *