ବଲାଙ୍ଗୀରରେ ରାହୁଲ ଗାନ୍ଧୀ; କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବ

ବଲାଙ୍ଗୀର, ୧୫/୫ : ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ। ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ରାହୁଲ। ବିପୁଳ ପରିମାଣରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟ କରିବାକୁ ଆହ୍ୱାନ ଦେଇଛନ୍ତି। ଜନସାଧାରଣଙ୍କୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ। ପ୍ରଥମ ଥର କୌଣସି ଦଳ କହିଛି ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବେନି। ଆମେ ଜିତିଲେ ସଂରକ୍ଷଣ ବିଲ୍‌‌ ଛାଡ କରିବୁ କହିଲେ ରାହୁଲ। ୨୨ ଶିଳ୍ପପତିଙ୍କୁ ୧୬ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଛନ୍ତି କେନ୍ଦ୍ର ସରକାର। କୃଷି ଋଣ ଛାଡ କରିନାହାଁନ୍ତି। ଗରିବଙ୍କୁ ଋଣ ଛାଡ ତ ଦୂରର କଥା, ଲୋନ୍‌‌ ବି ଦେଇନାହାଁନ୍ତି।କଂଗ୍ରେସ ସରକାରକୁ ଆସିଲେ ଜାତି ଜନଗଣନା ହେବ। ଜୁନ ୪ରେ ଦିଲ୍ଲୀରେ ଇଣ୍ଟି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବ କଂଗ୍ରେସ। ପ୍ରତି ପରିବାରରେ ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରିବ କଂଗ୍ରେସ। ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ୮୫୦୦ ଟଙ୍କା ମହିଳାଙ୍କୁ ଦିଆଯିବ। ବର୍ଷକୁ ୧ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି। ସାରା ଦେଶରେ ବନ୍ଦ ହୋଇପଡିଥିବା କାରଖାନା ସବୁ ଚାଲୁ କରାଯିବ। ୩୦ଲକ୍ଷ ସରକାରୀ ଚାକିରି ଦେବ କଂଗ୍ରେସ।

Leave a Reply

Your email address will not be published. Required fields are marked *