ବାର୍ଡ଼ ଫ୍ଲୁ ନେଇ କିଏ ଛାନିଆ କରୁଛି ?

ଭୁବନେଶ୍ୱର,୧୯/୯ : ରାଜ୍ୟର ଦୁଇଟି ଜିଲ୍ଲା ପୁରୀ ଓ କେନ୍ଦ୍ରାପଡାର କେତେକ ସା୍ଥନରେ କକୁ ଡୁ।ଙ୍କୁ ବାର୍ଡ଼ ଫ୍ଲୁ ହୋଇଥିବା ସାମ୍ନାକୁ ଆସିଥିବାବେଳେ ସମଗ୍ର ଉପକୂଳ ବେି ଶଷକରି କକୁ ଡୁ।ମାଂସ ଓ ଅଣ୍ଡାର ବଡ ବଜାର ରାଜଧାନୀରେ ଲୋକେ କୁକୁଡା ମାଂସ ଓ ଅଣ୍ଡା ଖାଉ ନାହାନ୍ତି । ବାର୍ଡ଼ ଫ୍ଲୁ ମାତ୍ର କେତୋଟି ଅଞ୍ଚଳରେ ସୀମିତ ଥିବାବେଳେ ଲୋକଙ୍କୁ ଏଭଳି କିଏ ଡରାଉଛି ତାହା ଏବେ କୁକୁଡା ଚାଷୀ ଓ ଏହି ଚାଷର ମୁଖ୍ୟ ପୃଷ୍ଠପୋଷକ କମ୍ପାନୀମାନଙ୍କୁ ଚିନ୍ତାରେ ପକାଇଛି । କୁକୁଡା ଚାଷୀମାନେ ଇତି ମଧ୍ୟରେ ରନ୍ଧା କୁକୁଡା ମାଂସରେ ବାର୍ଡ଼ ଫ୍ଲୁ ନାହିଁ ବୋଲି ଦର୍ଶାଇବା ସହତି ଗଣମାଧ୍ୟମ ସମ୍ମଖୁ ରେ ନେି ଜ ରନ୍ଧା କକୁ ଡୁ। ମାଂସ ଖାଇବା ସହିତ ଲୋକଙ୍କୁ ମାଗଣାରେ ଖୁଆଇଥିଲେ ।ଲୋକେ ବି ଖାଇଥିଲେ । ତେବେ ସରକାରଙ୍କ ପକ୍ଷରୁ ବାର୍ଡ ଫ୍ଲୁ ନେଇ କୌଣସି ସୂଚନା ଜାରି ହେଉନଥିବାରୁ ଲୋକେ ଭୟରେ କୁକୁଡା ମାଂସ କିମ୍ବା ଅଣ୍ଡା ଖାଉ ନାହାନ୍ତି ।

ଫଳରେ ବାର୍ଡ ଫୁ୍ଲ ନଥôବ । ଅନ୍ୟାନ୍ୟ ଅଞ୍ଚଳରୁ କୁକୁଡା କିମ୍ବା ଅଣ୍ଡା ଆସୁନାହିଁ । ରାଜଧାନୀର ବହୁ କୁକୁଡା ମାଂସ ଦୋକାନରେ ଏବେ ତାଲା ପଡିଗଲାଣି । ଏଥିରେ କାର୍ଯ୍ୟରତ କର୍ମଚାରୀମାନେ ଏବେ ବେକାର ହୋଇଗଲେଣି । କୁକୁଡା ଚାଷୀମାନଙ୍କ କହିବା କଥା ଯେ ବାର୍ଡ଼ ଫ୍ଲୁ ମାର୍ଗ ଦର୍ଶିକା ଅନୁଯାୟୀ ଯେଉଁଠାରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବ ସେଠାରେ ଏକ କିଲୋମିଟର ପରିମିତ ଅଞ୍ଚଳ ମଧ୍ୟରେ ଥିବା କୁକୁଡା ଫାର୍ମର ସମସ୍ତ କୁକୁଡାଙ୍କୁ ମାରି ଦିଆଯିବ । ସେହିଭଳି ବାର୍ଡ଼ ଫ୍ଲୁ ହୋଇଥିବା ଫାର୍ମର ୧୦କେି ଲାମଟି ର ଅଞ୍ଚଳକୁ ସଭର୍ଲି ।ନ୍ସ ଅଞ୍ଚଳ ଭାବେ ଘୋଷଣା ହୋଇଥାଏ । ସେହି ଅଞ୍ଚଳରେ ଥିବା କୁକୁଡାକୁ ସମ୍ପୃକ୍ତ ଅଞ୍ଚଳରେ ହିଁ ବିକ୍ରି ହୋଇଥାଏ । ଏହି କୁକୁଡାଙ୍କ ମାଂସ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ନିରାପଦ ।

ତେବେ ପୁରୀ ଜିଲ୍ଲାର ପିପିଲି ଓ ନିମାପଡା ସମେତ କେନ୍ଦ୍ରାପଡା ଅଞ୍ଚଳର କେତେକ ସ୍ଥାନରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇନାହିଁ । ସେହିସବୁ ଅଞ୍ଚଳର କୁକୁଡା ଓ ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଏବେ ସେଠାକାର ଚାଷୀମାନେ ବି ମୁଣ୍ଡରେ ହାତଦେଇ ବସିଗଲେଣି । ଶାଗମାଛ ଦରରେ କୁକୁଡା ବିକ୍ରି କରୁଛନ୍ତି । ସେହିଭଳି ଓଡିଶାରେ ବାର୍ଡ ଫ୍ଲୁ ପ୍ରଚାର ପରେ ଏବେ କୁକୁଡା ମାଂସ ଓ ଅଣ୍ଡାର ବଡ ଆମଦାନୀ ରାଜ୍ୟ ପଶ୍ଚିମବଙ୍ଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଓଡିଶାରୁ ଯାଉଥିବା କୁକୁଡା ଓ ଅଣ୍ଡା ଗାଡିକୁ ସେହି ରାଜ୍ୟରେ ପୂରାଇ ଦେଉନାହିଁ । ତେଣୁ ରାଜ୍ୟର କେଉଁ ଅଞ୍ଚଳରେ ବାର୍ଡ଼ ଫ୍ଲୁ ହୋଇଛି ଏବଂ କେଉଁଠାରେ ସୁରକ୍ଷିତ କୁକୁଡା ଓ ମାଂସ ଆଦି ରହିଛି ତାହାର ଏକ ତାଲିକା ରାଜ୍ୟ ସରକାର ଜାରି କରିବାପାଇଁ କୁକୁଡାଚାଷୀମାନେ ମତ ଦେଉଛନ୍ତି ।ସରକାର ଏ ଦିଗରେ ପଦକ୍ଷେପ ନ ହେଲେ ଓଡ଼ିଶାରେ କକୁଡୁ।

ଚାଷ ସହିତ ଜଡିତ ପ୍ରାୟ ୧୨ଲକ୍ଷ ଲୋକଙ୍କ ବେଉସା ବୁଡିବା ସହିତ ଏହି ଶିଳ୍ପ ଧ୍ୱଂସ ପାଇଯିବ ଏବଂ ଏହାର ନକରାତ୍ମକ ପଭାବ ରାଜ୍ୟର ଅର୍ଥନୀତି ଉପରେ ପଡିବ ବୋଲି କୁକୁଡାଚାଷୀମାନେ ମତ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *