“କଂଗ୍ରେସର ବିକ୍ଷୋଭ ବେଳେ, ଆକ୍ରମଣ କରିଥିବା ଲୋକ କଂଗ୍ରେସ ଦଳର ନୁହଁନ୍ତି” : ଭକ୍ତ ଚରଣ ଦାସ

ଭୁବନେଶ୍ୱର, ୨୭/୩ : ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଦେଖାଦେଇଥିଲା ଘମାଘୋଟ ଯୁଦ୍ଧ। ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଫାଇଟ୍। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସର ଲାଠିମାଡ଼। ସେପଟେ ପୋଲିସ ଉପରକୁ ଢେଲା ପଥର ସହ ଚେୟାର ମାଡ।ଯେଉଁଥିରେ ଅନେକ ପୋଲିସ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ, ଅନେକ କଂଗ୍ରେସ କର୍ମୀ ମଧ୍ୟ ଆହତ ହୋଇଛନ୍ତି।

ହେଲେ ଏବେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। କି ପିସିସି ସଭାପତି ଭକ୍ତ ଚାରଣ ଦାସ କହିଛନ୍ତି- ଆଜି ଆନ୍ଦୋଳନରେ ବିଶୃଙ୍ଖଳା କରିଥିବା ବା ଢେଲା ପଥର ମାଡ଼ କରିଥିବା ଲୋକ କଂଗ୍ରେସ କର୍ମୀ ନୁହଁନ୍ତି।ଅର୍ଥାତ୍ ଭକ୍ତଙ୍କ କହିବା କଥା, କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଯେଉଁଭଳି ହିଂସା ଆଚରଣ ହେଲା ତାହା କଂଗ୍ରେସ କରିନାହିଁ। କିଛି କ୍ରିମିନାଲ୍ ମାଇଣ୍ଡ ସେଟ୍ ଲୋକ ଭିତରକୁ ପଶି ଆସିଥିଲେ। ଯେଉଁମାନେ ଏପରି କାଣ୍ଡ କଲେ। ଯେଉଁମାନେ କଂଗ୍ରେସ ଦଳର ନୁହଁ। ବରଂ ଆମେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ଆସିଥିଲୁ।ତେବେ ଭକ୍ତଙ୍କ ପ୍ରତିକ୍ରିୟା ଆସିବା ସହ ଅତିରିକ୍ତ ସିପି ଏବଂ ଡିଜିପି ହସ୍ପିଟାଲ ଯାଇ ଆହତ ଏବଂ ଗୁରୁତର ପୋଲିସଙ୍କୁ ଭେଟିଥିଲେ। ଏବଂ କହିଥିଲେ କାହାରିକୁ ଛଡ଼ାଯିବ ନାହିଁ। ବାଛି ବାଛି ସମସ୍ତଙ୍କୁ ଗିରଫ କରାଯିବ। ପୋଲିସ ବର୍ଦି ଉପରେ ହାତ ଦେବାକୁ କାହାରି ସାହାସ ନାହିଁ।

ଆଉ ଯେଉଁମାନେ ଏହି ଅହିଂସା କରିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କଥା ସତ, ତେବେ ଆକ୍ରମଣ କରିଥିବା ଲୋକ କିଏ? ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିବା ଲୋକ କିଏ? ଏବଂ ସେମାନଙ୍କର ଉଦ୍ଦେଶ୍ୟ କ’ଣ? ସେମାନେ କାହିଁକି ଏପରି ପରିସ୍ଥିତି ଉପୁଜାଇଲେ। ଏମିତି ଅନେକ କିଛି।

Leave a Reply

Your email address will not be published. Required fields are marked *