ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ସମସ୍ତେ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ଵର, ୨0/୬ : ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଭୟଙ୍କର ଭାବେ ନିଆଁ ଲାଗିଥିଲା। ପ୍ରାୟ ୪୫ ମିନିଟ୍ ର ଅପରେସନ୍ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ସୁରକ୍ଷିତ ଭାବେ ଲୋକଙ୍କୁ ଉଦ୍ଧାର କରିଛି। ଆଜି ସକାଳୁ ପଟିଆ ଛକ ନିକଟରେ ଥିବା କେ କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଏହା ଚାରିଆଡକୁ ବ୍ୟାପିବାକୁ ଲାଗିଥିଲା। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଚାରିଆଡେ ଧୂଆଁ ଖେଳିଯାଇଥିବାରୁ କିଛି ଲୋକ ଅଣନିଃଶ୍ଵାସୀ ହୋଇପଡିଥିବା ଅଭିଯୋଗ କରିଥିବା ବେଳେ ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ଜଣାପଡିଛି।