ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର, ୨୨/୪: ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ସମୟରେ ସେ ଏପ୍ରିଲ ୨୮ ରେ ସାଲେପୁର ଗସ୍ତ କରିବେ ବୋଲି ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଅଜୟ କୁମାର ସୂଚନା ଦେଇଛନ୍ତି।

ଏହାପରେ ରାହୁଲ ମଧ୍ୟ ମେ ୩-୪ ରେ ରାୟାଗଡା ଗସ୍ତ କରି ପ୍ରଚାର କରିବେ ବୋଲି ଦଳର ନେତା ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଫେବୃଆରୀ ମାସରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆସି ରାହୁଲ ଗାନ୍ଧୀ ଓଡ଼ିଶାରେ ପହଂଚିଥିଲେ ।

Leave a Reply

Your email address will not be published. Required fields are marked *