ଭୁବନେଶ୍ବର, ୩/୫ : ପ୍ରଚଣ୍ଡ ରୌଦ୍ରତାପରେ ରାଜ୍ୟବାସୀ ଛଟପଟ ହେଉଥିବାବେଳେ ବୁଧବାର ଅପରାହ୍ଣରେ ବାଲେଶ୍ବର, ଚାନ୍ଦବାଲି, କଟକ, ଭୁବନେଶ୍ବର, ବାରିପଦା, ଭଦ୍ରକ, ଖୋର୍ଦ୍ଧା ଏବଂ ନୟାଗଡ ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ୬ତାରିଖରୁ କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ଗ୍ରୀଷ୍ମପ୍ରବାହରୁ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବା ବେଳେ ଗୁରୁବାର କିଛି ଅଞ୍ଚଳରେ ତାତି କମିଛି। ଅପରପକ୍ଷେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ରାଜ୍ୟର ସବୁଠୁ ଅଧିକ ୪୫ଡିଗ୍ରୀ ରେକର୍ଡ଼ ହୋଇଛି। କଟକ-ଭୁବନେଶ୍ୱର ଦିନ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିଛି। ଦୀର୍ଘ ୧୭ଦିନର ଅବଧି ପରେ ରାଜଧାନୀରେ ୪୦ଡିଗ୍ରୀ ତଳକୁ ଖସିଛି ତାପମାତ୍ରା। ୨୯ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି।ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଆଗାମୀ ୨ଦିନ ପରେ ଉପକୂଳ ଓଡ଼ିଶାରୁ ଗ୍ରୀଷ୍ମପ୍ରବାହ କମିବ। ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ନୂଆପଡା ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ ଏବଂ ବାଲେଶ୍ବରକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉଷ୍ଣ-ଆର୍ଦ୍ର ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ ଏବଂ ଗଞ୍ଜାମକୁ ସତର୍କ ସୂଚନା ଜାରି କରାଯାଇ ଥିବାବେଳେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ କନ୍ଧମାଳକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣରେ ମେ’ ୬ରୁ ୧୦ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ମେ’ ୬ରୁ ୧୦ ମଧ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ସ୍ବାଭାବିକ ରହିବ।
Related Posts
ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୫ ଘଣ୍ଟା ରହିବ !
- satakhabar
- October 24, 2024
- 0
ଭୁବନେଶ୍ବର,୨୪/୧୦ : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି । ‘ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା […]
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଛାଡ଼ିଲେ ଅସିତ୍ ତ୍ରିପାଠୀ
- satakhabar
- August 17, 2024
- 0
ଭୁବନେଶ୍ୱର, ୧୭/୮ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଜ୍ୟ ସରକାର ଆଜି ଅପରାହ୍ନରୁ ଗ୍ରହଣ […]
ଓଡ଼ିଶା ଲୋକ ସେବା ଆୟୋଗ ନୂଆ ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ
- satakhabar
- September 27, 2024
- 0
ଭୁବନେଶ୍ବର,୨୭/୯: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓପିଏସସି […]