ମେଟ୍ରୋ ପାଇଁ ଜନପଥରେ ସର୍ଭେ

ଭୁବନେଶ୍ଵର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ ହୋଇଛି। ବାଣୀ ବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଜାରି ରହିଛି। ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଦ୍ଵାରା ଜନପଥରେ ପ୍ରସ୍ତାବିତ ୪ ଷ୍ଟେସନକୁ ନେଇ ସର୍ଭେ କରାଯାଇଛି। ବିଡିଏ , ବିଏମସି, ଓ ଟିପିସିଓଡିଏଲ୍ ସଂସ୍ଥା ଏହି ସର୍ଭେରେ ସାମିଲ ହୋଇଛନ୍ତି। ଖରାକୁ ନଜରରେ ରଖି ସର୍ଭେ କାମ ସକାଳ ୭ଟାରୁ ଆରମ୍ଭ କରି ୧୦ଟା ଭିତରେ ସାରିବାକୁ ଯୋଜନା ରହିଛି । ମେଟ୍ରୋ ପ୍ରକଳ୍ପ ପାଇଁ ଜନପଥରେ ଥିବା ସମସ୍ତ ବିଦ୍ୟୁତ୍ ଖୁଣ୍ଟ, ପାଣି ପାଇପ୍, ଟେଲିଫୋନ୍ ଲାଇନ୍, ଗ୍ୟାସ୍ ପାଇପ୍ ଲାଇନ୍ ହଟାଯିବା ନେଇ ସୂଚନା ରହିଛି।