କଂଗ୍ରେସରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୮/୫ : ଲୋକସଭା ନିର୍ବାଚନ ମଧ୍ୟରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ସାମ୍ ପିଟ୍ରୋଡା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ସମ୍ପର୍କରେ କଂଗ୍ରସର ରାଷ୍ଟ୍ରୀୟ ମହାସଚିବ ଜୟରାମ ରମେଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସାମ୍ ପିଟ୍ରୋଡା ନିଜ ଇଛାରେ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ସ୍ବୀକାର କରାଯାଇଥିବା ସେ ସୂଚନା ଦେଇଛନ୍ତି ।