ହାଇଦ୍ରାବାଦ, ୮/୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ ସନ୍ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ ହେଡ୍ ଓ ଅଭିଷେକ ଶର୍ମା।ବିଜୟ ଲକ୍ଷ୍ୟ ହାସଲ ପାଇଁ ମାତ୍ର ୪୫ ମିନିଟରୁ କମ୍ ସମୟ ଓ ୯.୪ ଓଭରର ସହାୟତା ନେଲେ। ଦୁହେଁ ଅପରାଜିତ ରହିବା ସହ ମାତ୍ର ୫୮ ବଲ୍ରୁ ଗଢ଼ିଲେ ୧୬୭ ରନର ପାର୍ଟନରଶିପ୍। ଅର୍ଥାତ୍ ଦ୍ୱିତୀୟ ପାଓ୍ବାରପ୍ଲେ ଆସିବା ପୂର୍ବରୁ ଖେଳ ଖତମ।ହେଡ୍ ୩୦ ବଲ୍ରୁ ୮ଟି ଲେଖାଏ ଚୌକା ଓ ଛକା ସହାୟତାରେ ୮୯ ଓ ଅଭିଷେକ ୨୮ ବଲ୍ରୁ ୮ ଚୌକା ଓ ୬ ଛକା ସହିତ ୭୫ ରନରେ ଅପରାଜିତ ରହି ଦଳକୁ ଏକ ଚମତ୍କାର ବିଜୟ ଭେଟିଦେଲେ। ଇଣ୍ଡିଆନ ପ୍ରିମିୟର ଲିଗ୍ରେ ବୁଧବାର ଏପରି ଏକ ଚିତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା।ଏହି ବିଜୟ ସହ ସନ୍ରାଇଜର୍ସ କେବଳ ୨ ପଏଣ୍ଟ ପାଇନାହିଁ ରନ୍ ହାରରେ ଅବିଶ୍ୱସନୀୟ ଉନ୍ନତି ଆଣିଛି। ଫଳରେ ଦଳ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
Related Posts
Microsoft announces native Teams
- satakhabar
- August 4, 2022
- 0
Montes, esse hendrerit erat. Minima dolorem dolore, id repellendus repellendus etiam ultrices tellus voluptates ac taciti, enim quod natoque sodales! Ipsam arcu totam nulla, placeat […]
ଭାରତ ପୁଣି ଚାମ୍ପିଅନ: ଚୀନ୍କୁ ପରାସ୍ତ କରି ତୃତୀୟ ଥର ପାଇଁ ଟାଇଟଲ ଜିତିଲା
- satakhabar
- November 20, 2024
- 0
ପାଟନା, ୨0/୧୧: ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରି ଏସୀୟ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଚୀନ୍କୁ ୧-୦ରେ ପରାସ୍ତ କରି ଟାଇଟଲ ଜିତିଛି। ଭାରତୀୟ ମହିଳା ଦଳ ତୃତୀୟ ଥର ପାଇଁ […]
ଟି-୨୦ବିଶ୍ବ କପ୍ ୨୦୨୪ରେ ଯୁବରାଜ ସିଂହଙ୍କୁ ମିଳିଲା ବଡ଼ ଦାୟିତ୍ବ
- satakhabar
- April 26, 2024
- 0
ନୂଆଦିଲ୍ଲୀ,୨୬/୪ : ଟି -୨୦ବିଶ୍ବ କପ ୨୦୨୪ ଆଉ ବେଶି ଦିନ ନୁହେଁ । ସବୁ ଦଳ ଆଗାମୀ ସିଜନ ଲାଗି ନିଜର ଜି ଜାନ ଲଗାଇ ଦେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ […]