ରିଲାଏନ୍ସ ଟ୍ରେଣ୍ଡ୍‌ସରେ ଲାଗିଲା ନିଆଁ

ଘସିପୁରା,୫/୫ : କେନ୍ଦୁଝର ଜିଲ୍ଲା ଘସିପୁରାଠାରେ ଥିବା ରିଲାଏନ୍ସ ଟ୍ରେଣ୍ଡ୍‌ସରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ମାର୍କେଟରେ ଥିବା ରିଲାଏନ୍ସ ଟ୍ରେଣ୍ଡ୍‌ସରେ ଅପରାହ୍ନ ୪ଟା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହା ଜାଣିବା ପରେ ଭିତରୁ ସମସ୍ତ କର୍ମଚାରୀ ବାହାରକୁ ପଳାଇ ଆସିଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ଚାରିଆଡ଼େ ଧୂଆଁମୟ ହୋଇଯାଇଥିବାବେଳେ ରାସ୍ତାଘାଟ ବନ୍ଦ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।