ଓଡ଼ିଶାରେ ସରକାର ଗଢିବ ବିଜେପି : ଶାହଙ୍କ ଭବିଷ୍ୟବାଣୀ

ଭୁବନେଶ୍ୱର ,୨୮/୫: ୨୦୨୪ ନିର୍ବାଚନ ଲାଗି କେନ୍ଦ୍ରୀୟ ନେତାମାନେ ବିଜେପି ପାଇଁ ପ୍ରଚାର କରିବାକୁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଚାନ୍ଦବାଲିଠାରେ ଏକ ଜନସଭା କରି ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ୭୫ରୁ ଅଧିକ ସିଟ ଜିତି ଡବଲ ଇଂଜିନ ସରକାର କରିବ ବିଜେପି । ୪ ଜୁନ୍‌ରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବନିଯିବେ। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ।ଶାହ ଆହୁରି ମଧ୍ୟ କହିଛନ୍ତି, ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ବାଭିମାନର ନିର୍ବାଚନ। ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ କି? ବିଜେପିକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ। ୬ ପର୍ଯ୍ୟାୟ ସରିଲାଣି, ୫ ପର୍ଯ୍ୟାୟ ରିପୋର୍ଟ ଅଛି । ୫ ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ ଜିତି ସାରିଲେଣି ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ୪୦୦ ପାର୍‌ କରିବାକୁ ପଡ଼ିବ। ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *