ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ

ଭୁବନେଶ୍ୱର, ୨/୮ : ବନ୍ଧା ହେଲେ ଲାଞ୍ଚୁଆ ବିଡିଓ। ଧର୍ମଗଡ଼ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ତାଙ୍କୁ ଟଙ୍କା ସହ ଧରିଥିଲା ଭିଜିଲାନ୍ସ। ଅତି ଚତୁରତାର ସହ ଗାଡି ଡୋର କଭରରେ ଟଙ୍କା ଲୁଚାଇ ନେଉଥିଲେ ଅକ୍ଷମିତା। ଭବାନୀପାଟଣାରୁ ଏକ ବୈଠକ ସାରି ଫେରୁଥିବା ବେଳେ ଜାରିଙ୍ଗ ଛକ ନିକଟରେ ବିଡିଓଙ୍କୁ ଅଟକାଇଥିଲା ଭିଜିଲାନ୍ସ। ତାଙ୍କ ସରକାରୀ କାରରୁ ନଗଦ ୪ ଲକ୍ଷ ୯୨ ଟଙ୍କା ଟଙ୍କା ଜବତ ହୋଇଛି। ତେବେ ଟଙ୍କା ନେଉଥିବା ଖବର ପୂର୍ବରୁ ପାଇଥିଲା ଭିଜିଲାନ୍ସ। ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ପାରିନଥିଲେ ବିଡିଓ। ତାଙ୍କ ବ୍ୟତୀତ ଏହି ଗାଡିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିବା ଜଣାପଡିଛି। ଅକ୍ଷମିତା କାର୍ତ୍ତିକଙ୍କ ପୈତୃକ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକର ଦୁଇ ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *