ସ୍ୱାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଆଜୀବନ ଜେଲ୍

ସୁନ୍ଦରଗଡ଼, ୨୮/୬ : ସ୍ୱାମୀଙ୍କୁ ହତ୍ୟା ଘଟଣାରେ ସ୍ତ୍ରୀଙ୍କୁ ମିଳିଲା ଆଜୀବନ ଜେଲ୍‌ ଦଣ୍ଡାଦେଶ। ତାଙ୍କ ସହିତ ତାଙ୍କ ପ୍ରେମିକଙ୍କୁ ମିଳିଛି ଆଜୀବନ ଜେଲ୍ ଦଣ୍ଡାଦେଶ। ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ସୀତୁ ପଣ୍ଡା (୩୭) ଓ ବିଶ୍ୱରଞ୍ଜନ ଗୁପ୍ତା (୪୩)। ଆଜୀବନ ଜେଲ୍ ଦଣ୍ଡାଦେଶ ସହ ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ସେମାନଙ୍କୁ ଅଧିକ ୬ ମାସ ଜେଲ୍‌ରେ ରହିବାକୁ ପଡ଼ିବ। ସୂଚନା ଅନୁଯାୟୀ, ୨୦୧୩ ମସିହା ଅକ୍ଟୋବର ୧୯ ତାରିଖରେ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣପଡ଼ାରେ ଘଟିଥିଲା ଏହି ଘଟଣା। ପ୍ରେମିକ ବିଶ୍ୱରଞ୍ଜନ ଗୁପ୍ତାଙ୍କ ସହିତ ମିଶି ସ୍ୱାମୀ ଗତିକୃଷ୍ଣ ପୁରୋହିତଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ ତାଙ୍କ ସ୍ତ୍ରୀ ସୀତୁ ପଣ୍ଡା। ଗତିକୃଷ୍ଣଙ୍କ ମୃତଦେହକୁ ସେମାନେ ହେମଗିରି ଥାନା ଅନ୍ତର୍ଗତ ଧନୁ ବାଉଁଶ ଜଙ୍ଗଲରେ ପୋତି ଦେଇଥିଲେ।

Leave a Reply

Your email address will not be published. Required fields are marked *