ନୂଆଦିଲ୍ଲୀ, ୩୧/୫ : ଆସନ୍ତାକାଲି ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଗୁରୁବାର ପ୍ରଚାର ଶେଷ ହେବା ପରେ ଶୁକ୍ରବାର ବୁଥ୍ ମୁହାଁ ହେଉଛନ୍ତି ପୁଲିଂ କର୍ମଚାରୀ। ଦେଶରେ ୮ଟି ରାଜ୍ୟର ୫୭ଆସନରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଓଡ଼ିଶାରେ ୬ଲୋକସଭା ଓ ୪୨ଟି ବିଧାନସଭା ଆସନରେ ହେବ ମତଦାନ। ପ୍ରଚାର ଶେଷ ହେବା ପରେ ମତଦାନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଚଣ୍ଡିଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ। ଶେଷ ପର୍ଯ୍ୟାୟରେ ରାଜ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଓ ୪୨ଟି ବିଧାନସଭା ଆସନରେ ନେତା ବାଛିବେ ଜନତା।
Related Posts
ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ
- satakhabar
- July 20, 2024
- 0
କଟକ, ୨0/୭ : ପଦ୍ମଶ୍ରୀ କମଳା ପୂଜାରୀଙ୍କ କଟକର ଏସସିବି ମେଡିକାଲରେ ପରଲୋକ ହୋଇଛି। ୨ ଦିନ ତଳେ ଅସୁସ୍ଥ ହୋଇ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ୫ଟା ସମୟରେ ଶେଷ […]
ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ବିଭିନ୍ନ ବିଭାଗର କାର୍ଯ୍ୟର କଲେ ସମୀକ୍ଷା
- satakhabar
- June 14, 2024
- 0
ଭୁବନେଶ୍ବର, ୧୪/୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରମୁଖ ସଚିବ ଓ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି ।ଏହି ଅବସରରେ ଦୁଇ […]
ସରକାରୀ ଚାକିରିଆଙ୍କୁ ସତର୍କବାଣୀ, ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ
- satakhabar
- July 30, 2024
- 0
ଭୁବନେଶ୍ୱର,୩୦/୭ : ଆଉ ଚଳିବନି ମନମାନି । ଏଣିକି ସବୁକିଛି ନିୟମ ଅନୁସାରେ ଚାଲିବ । ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଚାକିରିଆଙ୍କୁ ଏପରି […]