ଶପଥ ଗ୍ରହଣ ସମାରୋହ ଦିନ ଅଧାଦିନ ଛୁଟି ରହିବ ରାଜଧାନୀର ସରକାରୀ ଅଫିସ

ଭୁବନେଶ୍ୱର,୧୦/୬ : ଆସନ୍ତା ବୁଧବାର ତଥା ଜୁନ୍ ୧୨ତାରିଖ ଅପରାହ୍ନ ୪ଟା ୪୫ରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ପୂର୍ବରୁ ଜୁନ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହାକୁ ବଦଳାଇ ଜୁନ ୧୨ ତାରିଖକୁ ଅର୍ଥାତ୍‌ ବୁଧବାର ଦିନ ଧାର୍ଯ୍ୟ ହୋଇଛି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଶପଥ ଗ୍ରହଣ ଦିନ ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଅଫିସ ଦିନ ୧ଟାରୁ ବନ୍ଦ ରହିବ।ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶପଥପାଠ ସମାରୋହରେ ଯୋଗଦେବେ ପାଖାପାଖି ୩୫ ହଜାର ଜନତା ।