ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କ ରେକର୍ଡ

ନୂଆଦିଲ୍ଲୀ,୧୧/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ତୃତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବା ସହ ନିଜ ମନ୍ତ୍ରୀମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ସେ ପୁଣି ଥରେ ନିର୍ମଳା ସୀତାରମଣଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ଲଗାତାର ଛଅଟି ବଜେଟ୍‌ ଉପସ୍ଥାପନ କରିବାର ରେକର୍ଡ ନିର୍ମଳାଙ୍କ ନାମରେ ରହିଛି। ସେ ପୁଣି ଥରେ ଅର୍ଥମନ୍ତ୍ରୀ ହୋଇ ସେହି ରେକର୍ଡକୁ ଆହୁରି ମଜଭୂତ କରିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ଥିଲା।

Leave a Reply

Your email address will not be published. Required fields are marked *