ନବୀନଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୬ : ନବୀନ ନିବାସରେ ବୁଧବାର ପହଞ୍ଚିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନଙ୍କୁ ଭେଟିବା ପରେ ନୂଆ ମୁଖ୍ୟମନ୍ତ୍ରୀ ଗଣ ମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ନବୀନଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲି। ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ ଜଣାଇଲି। ନବୀନ ବାବୁ ସମାରୋହକୁ ଆସିବାକୁ ସମ୍ମତି ଜଣାଇଥିବା କହିଲେ ନୂଆ ମୁଖ୍ୟମନ୍ତ୍ରୀ।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ପହଞ୍ଚିଥିଲେ ନୂଆ ମୁଖ୍ୟମନ୍ତ୍ରୀ। ବରପୁତ୍ରଙ୍କୁ ମାଲ୍ୟାର୍ପଣ ପରେ ନବୀନ ନିବାସରେ ପହଞ୍ଚିଥିଲେ। ଶପଥ ଗ୍ରହଣ ପୂର୍ବରୁ ନବୀନଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି।

Leave a Reply

Your email address will not be published. Required fields are marked *