କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାବେ ରାଜଭବନରେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ରାଜା ସ୍ୱାଇଁ ଏହି ଦାୟିତ୍ୱ ନେବା ପରେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତାବ ଦେଇଥିଲେ। ଆସନ୍ତା ୧୮ ଓ ୧୯ ତାରିଖରେ ବିଧାୟକମାନଙ୍କୁ ଶପଥଗ୍ରହଣ କରାଯିବ। ଏହାପରେ ୨୦ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ସୁଚାରୂ ରୂପେ ତୁଲାଇବେ ବୋଲି କହିଛନ୍ତି ରାଜା ସ୍ୱାଇଁ।

Leave a Reply

Your email address will not be published. Required fields are marked *