ଭୁବନେଶ୍ଵର,୧୪/୬ : ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ ପାଳନ କରିଥିଲେ ରଜ ମହୋତ୍ସବ। ଫୁଲ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଜଣେ ଖାଣ୍ଟି ଓଡିଆ ଘରର ପୁଅ ଭଳି ପୋଡ ପିଠା ଖାଇଥିଲେ, ରଜ ପାନ ଖାଇଥିଲେ। ପିଲାଙ୍କୁ ଦୋଳି ମଧ୍ୟ ଖେଳାଇଥିଲେ।ସେଠାରେ ରଜ ମହୋତ୍ସବ ପାଳିବା ପାଇଁ ଉପସ୍ଥିତ ଥିବା ଯୁବକ, ଯୁବତୀ ଓ ଜନତାଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରଜ ମହୋତ୍ସବ ହେଉଛି ଓଡିଆ ସଂସ୍କୃତି ଓ ଅସ୍ମିତାର ଗଣପର୍ବ। ନୂଆ ସରକାର ଆସିବା ପରେ ସଂସ୍କୃତି ବିଭାଗ ପକ୍ଷରୁ ରଜ ପର୍ବ ପାଳନ କରିବା ଏକ ସୁନ୍ଦର ଉଦ୍ୟମ ବୋଲି ସେ କହିଥିଲେ । ଓଡିଆ ଘରେ ରଜ ପର୍ବ ପାଳନ ସମ୍ପର୍କରେ ବର୍ଣ୍ଣନା କରି ପୁଅ, ଝିଅମାନେ କିଭଳି ନୂଆ ବସ୍ତ୍ର ପରିଧାନ କରନ୍ତି, ସମସ୍ତେ କିପରି ମିଠା ପତ୍ରରେ ତିଆରି ରଜ ପାନର ମଜା ନିଅନ୍ତି, ମା’ମାନେ କିପରି ପୋଡ ପିଠା କରି ସମସ୍ତଙ୍କୁ ଖୁଆନ୍ତି, ଗାଁ ଗହଳିରେ କିପରି ଦୋଳି ଖେଳ ଓ ତାସ ଖେଳର ମଜା ନିଅନ୍ତି ସେ ସମ୍ପର୍କରେ ବିସ୍ତୃତ ରୂପରେଖ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ରଜ ପର୍ବ ବିଷୟରେ ଶୁଣି ସମସ୍ତେ ଅନୁଭବ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଖାଣ୍ଟି ଓଡିଆ ଘରର ପୁଅ। ଏହାପରେ ତାଙ୍କ ନିଜ ଜନ୍ମମାଟି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କିପରି ସମସ୍ତେ ରଜ ପର୍ବରେ ସାମିଲ ହେବା ପାଇଁ ସହରରୁ ଗାଁକୁ ଯାଇଥାନ୍ତି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଜିଲ୍ଲାର ସହରସବୁ ଖାଲି ହୋଇଯାଏ। ସମସ୍ତେ ଗାଁକୁ ଯାଇ ରଜ ପାଳନ କରନ୍ତି । ସେ ପୁଣି କହିଥିଲେ ଯେ ଆପଣମାନଙ୍କ ସହିତ ରଜ ପର୍ବରେ ସାମିଲ ହୋଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି। ଏହି ରଜ ଉତ୍ସବ ପ୍ରମାଣ କରୁଛି ଯେ ଆମେ ଓଡିଆ ଅସ୍ମିତା, ଅସ୍ତିତ୍ୱ, ସଂସ୍କୃତି ଓ ପରମ୍ପରାକୁ ଭୁଲିନାହୁଁ। ସେ କହିଥିଲେ ଯେ ତାଙ୍କର ନୂଆ ସରକାର ଓଡିଆ ଅସ୍ମିତା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେଉଛି। ଏହାକୁ ଆଗାମୀ ଦିନରେ ଆହୁରି ଉଜ୍ଜିବୀତ କରାଯିବ ବୋଲି ସେ କହିଥିଲେ। ଓଡିଆ ଅସ୍ମିତା ଓ ସଂସ୍କୃତିର ଏହି ଗଣପର୍ବକୁ ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଯେପରି ଚିତାକର୍ଷକ ଭାବରେ ଆୟୋଜନ କରାଯାଇଛି ସେଥିପାଇଁ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ସଂସ୍କୃତି ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଜନଜାତି ଜୀବନ ଶୈଳି ଉପରେ ଆଧାରିତ ‘Soul of the Soil’ ନାମକ ଏକ କଫି ଟେବୁଲ୍ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଜନତା ଦେଲେ ସମ୍ବର୍ଦ୍ଧନା, ପିଲାଙ୍କଠାରୁ ଫୁଲ ନେଲେ, ସେଲ୍ଫି ଉଠାଇଲେସଂଗ୍ରହାଳୟକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ପିଲାଙ୍କଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନେ ସ୍ଥାନେ ଗାଡି ଅଟକାଇ ସେ ପିଲାଙ୍କ ଠାରୁ ଫୁଲ ତୋଡା ଗ୍ରହଣ କରିଥିଲେ। ପିଲାଙ୍କ ସହ ସେଲ୍ଫି ମଧ୍ୟ ଉଠାଇଥିଲେ। ଜଣେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସେ ଯେଉଁଭଳି ସରଳ ଭାବରେ ସମସ୍ତଙ୍କ ସହ ମିଶୁଛନ୍ତି, କଥା ହେଉଛନ୍ତି, ସୁଖଦୁଃଖ ଶୁଣୁଛନ୍ତି, ଏହାଦ୍ୱାରା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଗଢି ଉଠୁଥିବା ତାଙ୍କ ପରିଚୟ ଆହୁରି ସୁଦୃଢ ହେଉଛି ।
Related Posts
ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
- satakhabar
- June 3, 2024
- 0
ଭୁବନେଶ୍ବର, ୩/୬ : ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ । ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ସୋମବାର ବିଜେଡି ସରକାରଙ୍କ ପଞ୍ଚମ ପାଳିର ଶେଷ […]
ଓଡିଶାରେ ଆଜି ହଟିବ ମୁଖ୍ୟମନ୍ତ୍ରୀ ସସପେନ୍ସ, ଆସନ୍ତାକାଲି ନେବେ ଶପଥ
- satakhabar
- June 11, 2024
- 0
ଭୁବନେଶ୍ବର,୧୧/୬ : ଓଡିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ପ୍ରାୟ ସପ୍ତାହେ ଧରି ଲାଗି ରହିଥିବା ସସପେନ୍ସ ଉପରୁ ଆଜି ପରଦା ହଟିବାକୁ ଯାଉଛି । ମଙ୍ଗଳବାର ବସୁଛି ବିଜେପି ବିଧାୟକ ଦଳ […]
ଖଳନାୟକ କାହ୍ନାଙ୍କ ନାଁରେ ମାମଲା
- satakhabar
- September 20, 2024
- 0
ଭୁବନେଶ୍ବର, ୨୦/୯ : କୋଟି ଓଡ଼ିଆଙ୍କ ମଉଡ଼ମଣୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ଘୋଡ଼ାଇ ରଖିଛନ୍ତି। ହେଲେ ତାଙ୍କୁ ଆଜି ଅସମ୍ମାନିତ କରାଯାଇଛି। ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର […]