ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ବିଭିନ୍ନ ବିଭାଗର କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ବର, ୧୪/୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରମୁଖ ସଚିବ ଓ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି ।ଏହି ଅବସରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା ଓ ମୁଖ୍ୟ ଶାସନ ସଚିବ ପି.କେ. ଜେନା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ।ପ୍ରକାଶ ଯେ, ଏହି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ବୈଠକ ହୋଇଛି । ନୂଆ ସରକାର ଆସିବା ପରେ ସମ୍ପୂର୍ଣ୍ଣ ଆକ୍ସନ ମୁଡ଼ରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାରମ୍ଭିକ ଅବସ୍ଥାରେ ସବୁ ବିଭାଗର ସଚିବଙ୍କୁ ଡାକି ଏହି ବୈଠକ କରିଛନ୍ତି। ପ୍ରଥମ ଦିନର କ୍ୟାବିନେଟ ମିଟିଂ ପରେ ଯେଉଁ ସବୁ ଘୋଷଣା ହୋଇଥିଲା ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ।