ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର, ୨୯/୭ : ବାଘ ଦିବସରେ ଆସିଛି ଖୁସି ଖବର। ଖୁବ୍ ଶୀଘ୍ର ଶିମିଳିପାଳରେ ଖୋଲିବ କଳାବାଘ ସଫାରୀ। ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୁପକ୍ଷରୁ ମିଳିଛି ଅନୁମତି। ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟ ପ୍ରାଣୀ ପିସିସିଏଫ।ବାରିପଦାରେ ବିଶ୍ବର ପ୍ରଥମ କଳାବାଘ ସଫାରୀ ହେବା ଦ୍ବାରା ଏହା ଓଡ଼ିଶାର ବନ୍ୟପ୍ରାଣୀ ପର୍ଯ୍ୟଟନକୁ ନୂଆ ଶିଖରରେ ପହଞ୍ଚାଇବ। ଏପରିକି ପର୍ଯ୍ୟଟକ ଅତି ନିକଟରୁ ଏହି ବିରଳ ଜୀବମାନଙ୍କୁ ଦେଖିବାକୁ ପାଇପାରିବେ। ସେପଟେ ଓଡ଼ିଶାରେ ବାଘ ବଂଶ ବୃଦ୍ଧି ପାଇଁ ନିଆଯାଉଛି ବଡ଼ ପଦକ୍ଷେପ। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବେ ମହାବଳ । ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ଆଶା କରାଯାଉଛି ।ବାଘ ବଂଶ ବୃଦ୍ଧି ପାଇଁ ଓଡ଼ିଶାରେ ରହିଛି ବଡ଼ ସମ୍ଭାବନା। ପୂର୍ବରୁ ବାହାର ରାଜ୍ୟରୁ ବାଘ ଆଣି ବଂଶ ବିସ୍ତାର ଯୋଜନା ଫେଲ ମାରିଥିବା ବେଳେ ଏବେ ପୁଣିଥରେ ଏହି ଯୋଜନାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *