ଭୁବନେଶ୍ବର,୧୬/୬ : ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ହୋଇଛି। ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ରଘୁବର ଦାଶ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ୟ୍ୟନିର୍ବାହ କରିଥିଲେ। ସେ ୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ୟ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ପରବର୍ତ୍ତି ରାଜ୍ୟପାଳ ଆସିବା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିଥିବା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସର ଜଣେ ଟାଣୁଆ ନେତା ମଧ୍ୟ ଥିଲେ।ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଥିଲା । ସେ, ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଆସିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ ‘ଦି ୱର୍ଲଡ ଅଫ ଜେଣ୍ଡର ଜଷ୍ଟିସ’ ନାମକ ପୁସ୍ତକ ମଧ୍ୟ ରଚନା କରିଥିଲେ। ସେ ଶିଶୁ ଓ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ।
Related Posts
୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜୀଉ
- satakhabar
- June 22, 2024
- 0
ପୁରୀ, ୨୨/୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ୧୦୮ ଗରା ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା […]
ସେପ୍ଟେମ୍ବର ୨ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
- satakhabar
- September 1, 2024
- 0
ଭୁବନେଶ୍ୱର, ୧/୯ : ଆସନ୍ତାକାଲି ଅର୍ଥାତ ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି […]
ମେଜରଙ୍କ ବାନ୍ଧବୀ ବଖାଣିଲେ ଥାନାରେ ଦିଆଯାଇଥିବା ନିର୍ଯାତନାର କଥା
- satakhabar
- September 19, 2024
- 0
ଭୁବନେଶ୍ବର,୧୯/୯ : କମିସନରେଟ୍ ପୁଲିସ ଅଧିନ ଭରତପୁର ଥାନା ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ । ସେ ଥାନା ଅଧିକାରୀ ଓ ଅନ୍ୟ ଷ୍ଟାଫ୍ଙ୍କ […]