ଭୁବନେଶ୍ୱର, :୧୬/୬ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳରୋଗରେ ପୀଡ଼ିତ ଅଛନ୍ତି । ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କ କଟକ ଏସ୍ସିବି ମେଡିକାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ଯୋଗାଯୋଗରେ ଅଛନ୍ତି ।
Related Posts
ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖୁଛନ୍ତି ନବୀନ
- satakhabar
- September 26, 2024
- 0
ଭୁବନେଶ୍ବର, ୨୬/୯ : ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କିଛି ଦିନ ହେବ ବିଜେଡିର ନେତା ବିଜେପିକୁ ଡେଉଁଛନ୍ତି । ଏଣୁ ଦଳକୁ ଏକଜୁଟ୍ […]
ଆସିଲା ‘ସୁଭଦ୍ରା’ ଗାଇଡଲାଇନ; ଜାଣନ୍ତୁ କ’ଣ ରହିଛି ନିୟମ ?
- satakhabar
- August 26, 2024
- 0
ଭୁବନେଶ୍ବର,୨୬/୮ : ସୁଭଦ୍ରା ଯୋଜନାର ଗାଇଡଲାଇନ ବା ନିର୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ। ଗାଇଡଲାଇନ ଅନୁସାରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ […]
ଚୁଲିମାଲ ଗାଁରେ ଗୁଳିକାଣ୍ଡ, ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ ମୃତ
- satakhabar
- August 6, 2024
- 0
ବିନିକା,୬/୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚୁଲମାଲ ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଳି ମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ପୋଲିସ କର୍ମଚାରୀଙ୍କ […]