ଇରାନରେ ଭୂକମ୍ପ: ୪ ମୃତ, ୧୨୦ ଆହତ

କଶମାର, ୧୯/୬ : ଇରାନର ଉତ୍ତର-ପୂର୍ବ କଶମାରରେ ମଙ୍ଗଳବାର ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨୦ ଜଣ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ଼ କରାଯାଇଛି। କଶମାରର ରାଜ୍ୟପାଳ ହାଜାତୁଲ୍ଲାହ ଶରିୟତମାଦାରୀ ଭୂକମ୍ପରେ ମୃତାହତଙ୍କ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୪ରେ ଭୂମିକମ୍ପ ହୋଇଥିଲା। ଏହି ଭୂକମ୍ପ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଅଧିକାଂଶ ପୁରୁଣା କୋଠାକୁ ନଷ୍ଟ କରିଦେଇଛି।

Leave a Reply

Your email address will not be published. Required fields are marked *