ଥାଲାପତି ବିଜୟ ଫିଲ୍ମରୁ ସନ୍ୟାସ ଘୋଷଣା କଲେ

ଚେନ୍ନାଇ,୧୪/୯ : ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ୍ ହାଉସ୍ ଦ୍ବାରା ଏକ ଭିଡ଼ିଓ ରିଲିଜ୍ କରି ସେ ଏହା ଘୋଷଣା କରିଛନ୍ତି। ଏହି ଭିଡ଼ିଓରେ, ଥାଲାପତିଙ୍କ ଚଳଚ୍ଚିତ୍ର ଯାତ୍ରାର ଝଲକ ଦେଖାଯାଇଛି। ଯାହା ଦେଖିବା ପରେ ପ୍ରଶଂସକମାନେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଛନ୍ତି। କିଛି ଲୋକ ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି ଯେ ଯେତେବେଳେ ଥାଲାପତିଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ସୁପରହିଟ୍ ଏବଂ ବ୍ଲକବଷ୍ଟର ବୋଲି ପ୍ରମାଣିତ ହେଉଛି ସେତେବେଳେ ସେ ହଠାତ୍ କାହିଁକି ଏହି ନିଷ୍ପତ୍ତି ନେଲେ?ତାଙ୍କ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ (ଜିଓଏଟି) ଗତ ସପ୍ତାହରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ରିଲିଜ୍ ହେବା ପରଠାରୁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି ।

ଏହି ଫିଲ୍ମ ଏପର‌୍ୟ୍ୟନ୍ତ ୧୭୭ କୋଟିରୁ ଅଧିକ ଆୟ କରିଛି। ଏହି ରୋଜଗାର କେବଳ ଗୋଟିଏ ସପ୍ତାହର।ଥାଲାପତି ବିଜୟଙ୍କ ଶେଷ ଚଳଚ୍ଚିତ୍ର ‘ଥାଲାପତି ୬୯’ ଘୋଷଣା କରି ପ୍ରଡକ୍ସନ୍ ହାଉସ୍ କେଭିଏନ୍ ଦ୍ୱାରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରାଯାଇଛି।ଗଣମାଧ୍ୟମ ରିପୋର୍ଟ ଅନୁସାରେ ଥାଲାପତି ବିଜୟ ଚଳଚ୍ଚିତ୍ରରୁ ଦୂରେଇ ଯାଇ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ବୋଧହୁଏ, ଦେଶରେ ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ ଏହି ଅଭିନେତା ତାଙ୍କ ଦଳ ‘ତାମିଝାଗା ଭେତ୍ରି କାଝଗମ’ ଗଠନ କରିଥିଲେ।