ଭୁବନେଶ୍ୱର, ୨0/୬ : ବିଧାନସଭାରେ ନୂତନ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l ସେ କହିଛନ୍ତି ଯେ,ମାନ୍ୟବର ବାଚସ୍ପତି ମହୋଦୟା, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆପଣ ଆଜି ଏହି ଦାୟିତ୍ଵ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍ ଭାବରେ ପରିଚାଳନା କରିପାରିବେ । ଆମ୍ଭେମାନେ ସମସ୍ତେ ଓଡିଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବାକରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ । ମୋର ଆଶା, ଆମ୍ଭେମାନେ ସମସ୍ତେ ଏ ଗୃହ କାର୍ଯ୍ୟରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା । ପରିଶେଷରେ, ମୁଁ ଏ ଗୃହର ମାନ୍ୟବର ସଦସ୍ୟା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ମୋର ପ୍ରିୟ ଓଡିଶାବାସୀଙ୍କୁ ମଧ୍ୟ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି ।
Related Posts
ଆସନ୍ତାକାଲି ଭାରତ ବନ୍ଦ ଡାକରା ; ସାରା ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ରହିବ
- satakhabar
- August 20, 2024
- 0
ଭୁବନେଶ୍ବର,୨୦/୮ : ଆସନ୍ତାକାଲି ସାରା ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ରହିବ । ଏ ନେଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ […]
ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ
- satakhabar
- August 2, 2024
- 0
ଭୁବନେଶ୍ୱର, ୨/୮ : ବନ୍ଧା ହେଲେ ଲାଞ୍ଚୁଆ ବିଡିଓ। ଧର୍ମଗଡ଼ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ତାଙ୍କୁ ଟଙ୍କା ସହ ଧରିଥିଲା ଭିଜିଲାନ୍ସ। ଅତି ଚତୁରତାର ସହ ଗାଡି […]
‘ସୁଭଦ୍ରା’ ଯୋଜନାକୁ ନେଇ ଶାସକ ବିରୋଧୀ କାଦୁଅ ଫିଙ୍ଗାଫିଙ୍ଗି
- satakhabar
- September 2, 2024
- 0
ଭୁବନେଶ୍ବର,୨/୯ : ‘ସୁଭଦ୍ରା’ ଯୋଜନାକୁ ନେଇ ଶାସକ ବିରୋଧୀ କାଦୁଅ ଫିଙ୍ଗାଫିଙ୍ଗି। ଯୋଜନା ଆରମ୍ଭ ହେବା ଦିନରୁ କିଛି ନା କିଛି ବିବାଦ ଭିତରକୁ ଚାଲି ଯାଉଛି ସୁଭଦ୍ରା ‘ଯୋଜନା’ । ୨୦୨୪ ଓଡ଼ିଶାରେ […]