ଟି-ଟ୍ୱେଣ୍ଟିରୁ ଅବସର ନେଲେ ରୋହିତ ଓ ବିରାଟ

ନୂଆଦିଲ୍ଲୀ,୩୦/୬ : ୨୦୨୪ ଟି-୨୦ବିଶ୍ବକପ ଚାମ୍ପିୟନ ହୋଇଛି ଭାରତ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି । ତେବେ ଏହା ସହିତ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ମଧ୍ୟ ଆସିଛି । ଉଭୟ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଗତକାଲି ବିରାଟ କୋହଲି ଖେଳିଥିବା ନିଜର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ୫୯ ବଲ୍‌ରୁ ୭୬ ରନ୍ (୬ ଚୌକା, ୨ ଛକା) କରିଥିଲେ । ସେହିପରି ଏହି ମ୍ୟାଚ୍ ବିଜୟ ପଛରେ ରହିଥିବା ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ଏହି ବିଶ୍ୱକପ୍‌ର ସୁପର ୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ୪୧ ବଲ୍‌ରେ ୯୨ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯାହା ଚିର ସ୍ମରଣୀୟ ହୋଇ ରହିବ।ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ବିରାଟ କୋହଲି କହିଥିଲେ, ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍। ଏବେ ସମୟ ଆସିଛି ନୂଆ ପିଢ଼ିକୁ ଆଗକୁ ଯିବାର।ସେହିଭଳି ରୋହିତ ଶର୍ମା କହିଥିଲେ, ଏହା ମୋର ଶେଷ ମ୍ୟାଚ୍‌। ବିଦାୟ ନେବା ପାଇଁ ଏହାଠାରୁ ବଡ଼ ଅବସର ଆଉ କ’ଣ ହୋଇପାରେ। ମୁଁ ଏହି ଟ୍ରଫି ଜିତିବା ପାଇଁ ଖୁବ୍ ବ୍ୟଗ୍ର ଥିଲି।

Leave a Reply

Your email address will not be published. Required fields are marked *