ଟି-୨୦ ବିଶ୍ବକପ ଜିତିଲା ଭାରତ

ବାର୍ବୋଡାସ୍, ୨୯/୬ :ଟିମ ଇଣ୍ଡିଆର ରୋମାଞ୍ଚକର ବିଜୟ। ଟି-୨୦ ବିଶ୍ବକପ ଜିତିଲା ଭାରତ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ରନରେ ପରାସ୍ତ କରିଛି ।ଟି-୨୦ ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ବିକେଟ ବିନିମୟରେ ୧୭୬ ରନ ସଂଗ୍ରହ କରିଥିଲା। ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ବିରାଟ କୋହଲି ୭୬ ଏବଂ ଅକ୍ଷର ପଟେଲ ୪୭ ରନର ଲଢୁଆ ପ୍ରଦର୍ଶନ ଟିମ ଇଣ୍ଡିଆର ସ୍କୋର ୧୭୬ କରିବାରେ ସହାୟକ ହୋଇିଲା। ଶିଭମ ଦୁବେ ୨୭ ରନ କରିଥିବାବେଳେ ଦଳର ପ୍ରଦର୍ଶନ ଭଲ ରହିଛି ।

Leave a Reply

Your email address will not be published. Required fields are marked *