ପୁରୀ, ୭/୭ : ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ବଡ ଠାକୁରଙ୍କ ମାନବୀୟ ଲୀଳା ଦେଖିବେ ସାରା ବିଶ୍ଵ ବ୍ରହ୍ମାଣ୍ଡ। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପୁଣିଥରେ ବର୍ଷକ ପରେ ବଡଦାଣ୍ଡରେ ଭକ୍ତ ଏବଂ ଭଗବାନଙ୍କର ମିଳନ ହେବ। ଏଥିପାଇଁ ବଡଠାକୁରଙ୍କ ଆସିବା ବାଟକୁ ଲକ୍ଷ ଲକ୍ଷ ଭକ୍ତ ଅନାଇ ବସିଛନ୍ତି। ଆଜିଠୁ ବଡଦାଣ୍ଡ ଲୋକାରଣ୍ୟ ହୋଇଛି। ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ରହିଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଦୁଇ ଦିନ ଧରି ଭକ୍ତମାନେ ମହାପ୍ରଭୁଙ୍କର ରଥଯାତ୍ରା ଦେଖିବେ। ଆଜି ଅପରାହ୍ନ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସମ୍ପନ୍ନ ହେବ । ଏହାପରେ ଅପରାହ୍ନ ୫ଟାରୁ ରଥ ଟଣା ଆରମ୍ଭ ହେବ। ବିଶ୍ଵର କୋଣ ଅନୁକୋଣରୁ ଆଜି ଳକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ତେଣୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
Related Posts
ଓଡିଶାରେ ଆଜି ହଟିବ ମୁଖ୍ୟମନ୍ତ୍ରୀ ସସପେନ୍ସ, ଆସନ୍ତାକାଲି ନେବେ ଶପଥ
- satakhabar
- June 11, 2024
- 0
ଭୁବନେଶ୍ବର,୧୧/୬ : ଓଡିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ପ୍ରାୟ ସପ୍ତାହେ ଧରି ଲାଗି ରହିଥିବା ସସପେନ୍ସ ଉପରୁ ଆଜି ପରଦା ହଟିବାକୁ ଯାଉଛି । ମଙ୍ଗଳବାର ବସୁଛି ବିଜେପି ବିଧାୟକ ଦଳ […]
ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ
- satakhabar
- August 27, 2024
- 0
ଭୁବନେଶ୍ୱର,୨୭/୮ : ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ନେତା ମମତା ମହାନ୍ତ। ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା। […]
ଗୋଟିଏ ଯୋଜନା ଘୋଷଣା ; ୩ଥରରେ ଆସୁଛି ଗାଇଡଲାଇନ୍, ସନ୍ଦେହରେ ସାଧାରଣ ଜନତା
- satakhabar
- August 28, 2024
- 0
ଭୁବନେଶ୍ବର, ୨୮/୮ : ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ନିଜ ମେନିଫେଷ୍ଟୋରେ ରଖିଥିଲା ସୁଭଦ୍ରା ଯୋଜନା । ବିଜେପି ସରକାରକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଘୋଷଣା […]