ହ୍ୟୁମାନ ସାଗର ଓ ରୁକୁ ସୁନା ବିବାଦ ଘଟଣା : ସାମ୍ନାକୁ ଆସିଲେ ରୁକୁ ସୁନା, କହିଲେ- ମୋତେ କ୍ଷମା କରି ଦିଅନ୍ତୁ

ଭୁବନେଶ୍ବର,୯/୭ : ବିବାଦ ଘେରରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ରୁକୁ ସୁନା । ଜଗନ୍ନାଥଙ୍କ ଭଜନକୁ ବିକୃତ କରି ଗାଇବା ପଡ଼ିଲା ମହଙ୍ଗା । ଏ ନେଇ ସୋମବାର କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣା ପରେ ସାମ୍ନାକୁ ଆସିଛନ୍ତି ରୁକୁ ସୁନା । ସେ କହିଛନ୍ତି, ଗତ କିଛି ଦିନ ହେବ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁ ଭିଡ଼ିଓ ଛଡ଼ା ହୋଇଥିଲା ତାହା ସମ୍ପୂର୍ଣ୍ଣ ନ ଥିଲା । ତାହା ବହୁତ ପୁରୁଣା ଭିଡ଼ିଓ, ଏବେ ର ନୁହେଁ । ଆମେ ଗୋଟେ ଷ୍ଟୁଡିଓରେ ବସିଥିବାବେଳେ ଫାଙ୍କା ସମୟରେ କରିଥିଲୁ । ହ୍ୟୁମାନ ସାଗରଙ୍କ ସହ କିଛି କଳାକାର ଏବଂ କିଛି ଲୋକ ବି ଥିଲେ । ସେଠି ସେମାନେମୋତେ ପଚାରିଥିଲେ ଆପଣଙ୍କ ପ୍ରୋଗ୍ରାମରେ ଏତେ ଲୋକ କିଭଳି ହୁଅନ୍ତି । ମୁଁ କହିଥିଲି ସେଠି ମୁଁ ଖାଲି ଗାଏନି କମେଡ଼ି ବି କରେ ଆଉ ବିଭିନ୍ନ ଅଭିନେତା ହୁଅନ୍ତୁ କି କଣ୍ଠଶିଳ୍ପୀଙ୍କ ମିମିକ୍ରି କରେ । ଏଥିରେ ହ୍ୟୁମାନ ସାଗରଙ୍କର କୌଣସ ମନ୍ତବ୍ୟ ନ ଥିଲା । ସେ କେବଳ ମୋ ଗାଇବା ଶୈଳୀକୁ ନେଇ ହସିଥିଲେ । ଆଜି ଶୁଣିଲି ମୋ ନାଁରେ ଆଉ ହ୍ୟୁମାାନ ସାଗରଙ୍କ ନାଁରେ କ୍ୟାପିଟାଲ ଥାନାରେ କିଛି ଜଣ ଭାଇ ଯାଇ ଅଭିଯୋଗ କରିଛନ୍ତି । ମୁଁ ସମସ୍ତଙ୍କୁ ଏତିକି କହିବି ଜାଣ ହେଉ କି ଅଜାଣତରେ ମୁଁ ଯଦି ଜଗନ୍ନାଥଙ୍କର କିଛି ଅପମାନ କରିଛି କିମ୍ବା ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଆଣିଛି ତେବେ ହାତ ଯୋଡ଼ି ମୁଁ କ୍ଷମା ମାଗୁଛି ।