ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର କ୍ୟାପଟେନ୍‌

ନୂଆଦିଲ୍ଲୀ, ୧୮/୭ : ଗୁରୁବାର ସନ୍ଧ୍ୟାରେ ଶ୍ରୀଲଙ୍କା ଗ୍ରସ୍ତ ପାଇଁ ବିସିସିଆଇ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି । ରୋହିତ ଟି-୨୦ ରୁ ଅବସର ନେବା ପରେ ଅଧିନାୟକତ୍ୱ ଉପରେ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଟି-୨୦ ପାଇଁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ ।ବିରାଟ କୋହଲିଙ୍କ ଦିନିକିଆରେ ବିଶ୍ରାମ ନେଇଥିବା ଖବର ମଧ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଶ୍ରୀଲଙ୍କା ଯାତ୍ରା ପାଇଁ ବିରାଟଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି । ଉପ-ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଠାରୁ ଦୂରେଇ ଯାଇଛନ୍ତି । ହାର୍ଦ୍ଧିକଙ୍କ ସ୍ଥାନରେ ଶୁଭମାନ ଗିଲ ଦିନିକିଆ ଏବଂ ଟି -୨୦ ର ନୂତନ ଉପ-ଅଧିନାୟକ ପାଇଛନ୍ତି ।

ଶ୍ରୀଲଙ୍କା ଯାତ୍ରା ପାଇଁ ଭାରତୀୟ ଦଳଟି -୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ଯଶସ୍ୱୀ ଜୌସ୍ୱାଲ, ରିଙ୍କୁ ସିଂ, ରିୟାନ ପରାଗ, ଋଷଭ ପନ୍ତ , ସଞ୍ଜୁ ସାମସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଆକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୁଇ, ଅର୍ଶଦୀପ ସିଂ, ଖାଲିଲ ଅହମ୍ମଦ, ମହମ୍ମଦ ସିରାଜ ।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର), ଋଷଭ ପନ୍ତ, ଶ୍ରେୟସ୍ ଆୟର, ଶିବମ୍ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ୍ ପରାଗ, ଅକ୍ସର ପଟେଲ, ଖଲିଲ ଅହମ୍ମଦ, ହର୍ଷିତ ରାଣା ।